କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଗହମ, ଚାଉଳ, ମକାରୁ ଇଥାନଲ୍ ବାହାରିପାରିବ, ଚାଷୀ ଉପକୃତ ହେବେ । ଚାଷୀଙ୍କୁ ପର୍ଯ୍ୟାପ୍ତ ଆୟ ମିଳିବ, ଆଉ ବିଦେଶୀ କମ୍ପାନିକୁ ଟଙ୍କା ଯିବନି । ଓଡ଼ିଶାରେ ବାସୁମତି ଚାଉଳ ଅମଳକୁ ଗୁରୁତ୍ଵ ଦିଆଯିବା ଉଚିତ୍ । ମତ୍ସ୍ୟଚାଷୀଙ୍କୁ ବିଭିନ୍ନ ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଓଡ଼ିଶାରେ ମତ୍ସ୍ୟଚାଷ ଅଧିକ ହେଲେ ବ୍ୟାପକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି । ମତ୍ସ୍ୟଚାଷୀଙ୍କୁ ଅଗ୍ରାଧିକାର ଦେଲେ, ସେମାନଙ୍କ ଜୀବିକା ସୁଦୃଢ଼ ହୋଇପାରିବ ।
କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ସଞ୍ଜୀବ ବାଲ୍ୟାନ ଦୁଗ୍ଧଚାଷୀଙ୍କୁ ମଧ୍ୟ ସମାନ ସୁବିଧା ଯୋଗାଇଦେବାକୁ ଅପିଲ୍ କରିଛନ୍ତି । ଦୁଗ୍ଧ ଉତ୍ପାଦନ ଦିଗରେ ଚାଷୀଙ୍କୁ ପ୍ରୋତ୍ସାହିତ କଲେ ସେମାନଙ୍କ ଆୟ ବଢ଼ିବ । ଆନିମଲ୍ ଭ୍ୟାକସିନେସନ୍ କ୍ଷେତ୍ରରେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଛି। କୃଷକଙ୍କ ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି କହିଛନ୍ତି ସଞ୍ଜୀବ ବାଲ୍ୟାନ୍ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କହିଲେ କେନ୍ଦ୍ରମନ୍ତ୍ରୀ।
ଓଡ଼ିଶାର ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ `ଅର୍ଗସ'ର ଉଦଯାପନୀ ସମାରୋହରେ ଖୋର୍ଦ୍ଧାର ଜଣାଶୁଣା ମତ୍ସ୍ୟଚାଷୀ ପଦ୍ମଶ୍ରୀ ବଟକୃଷ୍ଣ ସାହୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ସଞ୍ଜୀବ ବାଲ୍ୟାନ, ଗେଷ୍ଟ ସ୍ପିକର ଭାବେ ପଦ୍ମଶ୍ରୀ ବଚକୃଷ୍ଣ ସାହୁ, ଆଇସିଏଆରର ନିର୍ଦ୍ଦେଶକ ଡକ୍ଟର ଅଜିତ ଶାସାନି ପ୍ରମୁଖ ଯୋଗ ଦେଇଥିଲେ । ଅର୍ଗସ ନ୍ୟୁଜର ଏଡିଟର ଇନ ଚିଫ ସଞ୍ଜୟ ଜେନା ସ୍ଵାଗତ ଭାଷଣ ଦେଇଥିବା ବେଳେ ସିଇଓ ପ୍ରକାଶ ଚନ୍ଦ୍ର ସାହୁ ମୋମେଣ୍ଟୋସ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଭୋଟ ଅଫ ଥ୍ୟାଙ୍କସ ଦେଇଥିଲେ ଉପସ୍ଥାପକ ଶକ୍ତିଶାୟୀ ମିଶ୍ର ।