ମାଟିରୁ 500 ରୁ 1000 ଫୁଟ ଉଚ୍ଚରେ ଉଡି ଶୋ ଦେଖାଇବ ବାୟୁସେନାର ହକ ବିମାନ । ଶୋର ପ୍ରଥମ ପର୍ଯ୍ୟାୟରେ 9 ଟି ବିମାନ ଏକା ସାଙ୍ଗରେ ଉଡିବ । ଦ୍ବିତୀୟ ପର୍ଯୟରେ ଦୁଇଟି ଲେଖାଏଁ ବିମାନ 1600 କିମି ପ୍ରତି ଘଣ୍ଟା ବେଗରେ 200 ରୁ 300 ଫୁଟ ଉଚ୍ଚରେ ନିଜର କ୍ରୀଡା କୌଶଳ ପ୍ରଦର୍ଶନ କରିବେ। ଗୁରୁବାର ରିହ୍ୟାଲସେଲ ବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଆଜି ଲୋକଙ୍କ ଭିଡକୁ ଦେଖି ବ୍ୟାରିକେଡ଼ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରୁଛି କମିଶନରେଟ ପୋଲିସ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଆଜି ସୂର୍ଯ୍ୟକିରଣ ଶୋ’, ରାଜଧାନୀ ଆକାଶରେ ଦମ୍ ଦେଖାଇବ ବାୟୁସେନା ବିମାନ

ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଆଜି ରାଜଧାନୀ ଆକାଶରେ ଦମ୍ ଦେଖାଇବ ବାୟୁସେନା ବିମାନ। ଆକାଶ ମାର୍ଗରେ ଚିତାକର୍ଷକ କଳାକୌଶଳ ଦେଖାଇବ ବାୟୁସେନାର ସୂର୍ଯ୍ୟକିରଣ ଟିମ୍ । ଆଜି ଦିନ 10ଟା ବେଳେ ସୂର୍ଯ୍ୟକିରଣ ଶୋ। ଗତ କାଲି ସୋ ପୂର୍ବରୁ ରିହ୍ୟାଲସେଲ ସରିଛି । କୂଆଖାଇ ବାଲିଯାତ୍ରା ପଡିଆରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ବାୟୁସେନା ଅଧିକାରୀ । କେଉଁ ସ୍ଥାନରେ ବାୟୁସେନା ଶୋ ଦେଖାଇବ , କେତେ ଦୂରତାରେ ବିମାନ ଉଡିବ ତାହାର ମ୍ୟାପିଂ କରିଛି ସୁର୍ଯ୍ୟକିରଣ ଟିମ ।18 ରୁ 20 ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ଶୋ ଦେଖାଇବ ବାୟୁସେନା ।
Download Argus News App
