ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଫ୍ରାନ୍ସ ଠାରୁ ମିଳିଛି ପ୍ରଥମ ଲଡାକୁ ବିମାନ । ଭାରତୀୟୁ ବାୟୁସେନାକୁ ପ୍ରଥମ ରାଫେଲ୍ ଫାଇଟର ଜେଟ୍ ଫ୍ରାନ୍ସ ହସ୍ତାନ୍ତର କରିଛି। ଏୟାର ମାର୍ଶାଲ ବିଆର ଚୌଧୁରୀଙ୍କ ନେତୃତ୍ୱ ବାଲା ଟିମ୍ କୁ ଏହି ଆରବି ୦୧ ଟେଲ୍ ନମ୍ବରର ରାଫେଲ ପ୍ରାପ୍ତ ହୋଇଛି । ଚୌଧୁରୀ ନିଜେ ପାଖାପାଖି ୧ ଘଣ୍ଟା ବିମାନ ଉଡ଼ାଇଛନ୍ତି ଏହି ବିମାନକୁ । ଭାରତୀୟ ବାୟୁସେନାର ସୂଚନା ମୁତାବିକ୍ ଗୁରୁବାର ଫ୍ରାନ୍ସ ଏହି ବିମାନ ହସ୍ତାନ୍ତର କରିଛି । ଏହି ରାଫେଲ୍ ବିମାନର ନମ୍ୱର ଆରବି -୦୧ ରହିଛି ।
ଭାରତ ଏବଂ ଫ୍ରନ୍ସ ମଧ୍ୟରେ 60 ହଜାର କୋଟି ଟଙ୍କାର ବଦଳରେ ଏହି ରାଫେଲ ପ୍ରାପ୍ତ ହୋଇଛି । ଏହି ବିମାନ ପାଖାପାଖି 7 ମାସ ଫ୍ରାନ୍ସ ରେ ରହିବ । ଏହା ପରେ ଏହାର ଟ୍ରାୟଲ କରାଯିବ । ପରେ ଭାରତ ଅଣାଯିବ । ବିମାନ ଆରବୀ ୦୧ ନାମ ଅର୍ଥ ପୁର୍ବ ବାୟୁସେନାଧ୍ୟକ୍ଷ ଏୟାର ଚିଫ୍ ମାର୍ଶାଲ ଆରକେଏସ୍ ଭଦୋରିଆ ଙ୍କ ନାମରେ ଅଛି । ସେ ପୂର୍ବରୁ ରାଫେଲ୍ ବିମାନ ଉଡ଼ାଇ ସାରିଛନ୍ତି । ରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଫ୍ରନ୍ସ ଗସ୍ତ ସମୟରେ ଅକ୍ଟୋବର8ରେ ଏହି ବିମାନ ବାୟୁସେନାରେ ସାମିଲ୍ ହୋଇସାରିଥିବ ।