ସେହିପରି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଭି.ଆର୍ ଚୌଧୁରୀ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ ବା LCA ତେଜସରେ ଗୁରୁକୂଲ ଫର୍ମେସନରେ ଉଡ଼ାଣ ଭରିଥିଲେ । ଏହି ଅବସରରେ ଅମୃତକାଳର ଭାରତ ଏକ ଫାଇଟର୍ ପାଇଲଟ୍ ପରି ଆଗକୁ ବଢ଼ୁଛି । ଆଜି ଭାରତ ଦୂରଦୃଷ୍ଟି କ୍ଷମତା ସମ୍ପନ୍ନ ଚିନ୍ତାଧାରା ନେଇ ଆଗକୁ ବଢ଼ୁଛି ଏବଂ ତୁରନ୍ତ ଫଇସଲା କରୁଛି । ଏକବିଂଶ ଶତାବ୍ଦୀର ଭାରତ କୌଣସି ସୁଯୋଗ ଛାଡ଼ିବନି କି ପରିଶ୍ରମ କରିବାରେ ମଧ୍ୟ ପଛରେ ପଡ଼ିବନି । ଭାରତ ଉପରେ ସାରା ବିଶ୍ବର ଭରସା ବଢ଼ିଥିବା ବେଲେ ନୂଆ ଉଚ୍ଚତା ଆଜି ନୂଆ ଭାରତର ସତ୍ୟତା ଅଟେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ ଭାରତୀୟ ପାଭଲିଅନକୁ ମଧ୍ୟ ଉଦଘାଟନ କରିଛନ୍ତି ।
ତେବେ ଏରୋ ଇଣ୍ଡିଆର ଚତୁର୍ଦ୍ଦଶ ସଂସ୍କରଣରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲା ସ୍ବଦେଶୀ ସୁପରସୋନିକ୍ ଏୟାରକ୍ରାପ୍ଠ୍ HLFT-୪୨ । ଏହାର ଶେଷ ଭାଗରେ ହନୁମାନଙ୍କର ଫଟୋ ଲାଗିଛି । ଯେଉଁଥିରେ ଲେଖା ହୋଇଛି ଝଡ଼ ଆସୁଛି । ରାଫେଲ ମଧ୍ୟ ଏରୋ ଇଣ୍ଡିଆ ଶୋରେ ଜଲୱା ଦେଖାଇଥିଲା । ସେହିପରି ବିଶ୍ବ ଆକାଶରେ ଏବେ ଭାରତ ଚମକୁଥିବା ଏହି ଅବସରରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
୨୦୧୪ ପୂର୍ବରୁ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ କରୁଥିବା ଭାରତ ଏବେ ପ୍ରତିରକ୍ଷା କ୍ଷେତ୍ରରେ ୭୫ଟି ଦେଶକୁ ପ୍ରତିରକ୍ଷା ସାମଗ୍ରୀ ସପ୍ଲାଏ କରୁଛି । ଏବେ ଭାରତ ଦେଢ ବିଲିଅନ ଡଲାର ମୂଲ୍ୟର ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ସପ୍ଲାଏ କରୁଥିବା ବେଳେ ଆଗକୁ ଏହାକୁ ୫ ବିଲିଅନ ଡଲାରରେ ପହଞ୍ଚାଯିବାର ଲକ୍ଷ୍ୟ ରଖାଯାଇଛି । 5 ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ