ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରାର୍ଥୀ ହୋଇଥାନ୍ତେ । କିନ୍ତୁ ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା । ଏସଆଇସିସି ମଧ୍ୟ ସମସ୍ତ ପ୍ରସ୍ତୁତି କରିଥିଲା । ହେଲେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ହେବାକୁ ଥିବା ବୈଠକ ପୂର୍ବରୁ କଂଗ୍ରେସ ବିଧାୟକମାନେ ଏହାକୁ ବିରୋଧ କରିଥିଲେ । ଅଶୋକ ଗେହଲଟଙ୍କ ସମର୍ଥନରେ ଥିବା ୯୦ ବିଧାୟକ ବୈଠକରେ ସାମିଲ ହେବାକୁ ମନା କରିଥିଲେ । ଏପରିକି ବାଚସ୍ପତିଙ୍କୁ ନିଜ ଇସ୍ତଫା ଦେବା ପାଇଁ ମଧ୍ୟ ବାହାରିଥିଲେ ।
ଏହି ଘଟଣାରେ ସମ୍ପୃକ୍ତ ବିଧାୟକଙ୍କ ଉପରେ ଦଳର ନେତୃତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରଭାରୀ ଅଜୟ ମାକେନ ଆଶା କରିଥିଲେ । କିନ୍ତୁ ଏପରି କିଛି ହେଲା ନାହିଁ । ଏହି ଘଟଣା ତାଙ୍କୁ ପ୍ରଭାରୀ ପଦ ଛାଡିବାକୁ ବାଧ୍ୟ କରିଥିବା ସୂତ୍ରରୁ ଜଣାପଡିଛି ।