ଏହାସହ ମଧ୍ୟ ଏସିଆ ଦେଶଗୁଡିକ ସହିତ କିଭଳି ସମ୍ପର୍କ ମଜବୁତ ହେବ ସେ ନେଇ ମଧ୍ୟ ଉଦ୍ୟମ ଚାଲିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ସୁରକ୍ଷା ପରିଷଦ ସଚିବମାନେ ଯୋଗ ଦେଇଥିଲେ । ଏହି ସବୁ ଦେଶ ଆଫଗାନିସ୍ତାନର ପଡୋଶୀ ଦେଶ ହୋଇଥିବା ବେଳେ ତାଲିବାନ ସହ ମୁକାବିଲା ପାଇଁ ଏହି ସବୁ ଦେଶ ସହ ଭଲ ସମ୍ପର୍କ ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବିଶେଷକରି ଉଜବେକିସ୍ତାନ ଓ ତାଜିକିସ୍ତାନ ସହ ଭାରତର ସମ୍ପର୍କ ବର୍ଷ ବର୍ଷ ଧରି ଭଲ ରହିଛି ।
'ଗୁପ୍ତଚର' ମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି ଏନଏସଏ ଅଜିତ ଡୋଭାଲ

ଅର୍ଗସ ବ୍ୟୁରୋ : ଆତଙ୍କବାଦ ଦମନ ପାଇଁ ଭାରତର ବଡ଼ ପଦକ୍ଷେପ । ନୂଆଦିଲ୍ଲୀରେ ମଧ୍ୟ ଏସିଆର 'ଗୁପ୍ତଚର' ମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି NSA ଅଜିତ ଡୋଭାଲ । ଆଫଗାନିସ୍ତାନ ସମେତ ମଧ୍ୟ ଏସିଆରେ ଥିବା ଆତଙ୍କବାଦୀଙ୍କୁ ଚିହ୍ନଟ କରି ବିଲୋପ କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଆତଙ୍କବାଦ ବିଲୋପ ନେଇ ଗୁରୁତ୍ବପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରାଯାଇଛି । ଆତଙ୍କବାଦୀଙ୍କ ନିକଟରେ ପହଞ୍ଚୁଥିବା ଅର୍ଥର ସମସ୍ତ ରାସ୍ତା ବନ୍ଦ ପାଇଁ ଚାଲିଛି ଯୋଜନା ।
Download Argus News App
