ଏହି ଫିଲ୍ମର ଜାରୀ କରାଯାଇଥିବା ପୋଷ୍ଟରରେ 28ଟି ପରିବାର ନିଖୋଜ ହେବା, ହତ୍ୟା କରାଯିବା ଓ 250ରୁ ଅଧିକ କଲେଜ ଝିଅଙ୍କ ନ୍ୟୁଜ ଫଟୋ ବିତରିତ ହେବାର ଖବରକୁ ହାଇଲାଇଟ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମରେ କରଣ ବର୍ମା, ସୁମିତ ସିଂହ, ସାୟଜୀ ସିନ୍ଦେ ଓ ମନୋଜ ଜୋଶୀ ଦେଖିବାକୁ ମିଳିବେ । ପୁଷ୍ପେନ୍ଦ୍ର ସିଂହ ଫିଲ୍ମଟିକୁ ନିର୍ଦେଶନା ଦେଇଥିବା ବେଳେ ଉମେଶ କୁମାର ହେଉଛନ୍ତି ଫିଲ୍ମର ପ୍ରଯୋଜକ ।
ଏବେ ଦୃଷ୍ଟି ପକାଇବା ଆଜମେର ବ୍ଲାକମେଲିଂ ଘଟଣ କ ଣ । ଏହି ଘଟଣାର ଖୁଲାସା ଏପ୍ରିଲ 1992 ମସିହାରେ ହୋଇଥିଲା । ଜଣେ ସାମ୍ବାଦିକ ସନ୍ତୋଷ କୁମାର ଏହି ଜଘନ୍ୟ ଘଟଣାର ଖୁଲାସା କରିଥିଲେ । ଏହି ଦୁଷ୍କର୍ମ ଓ ବ୍ଲାକମେଲିଂଗର ଶୀକାର ହୋଇଥିବା ଝିଅ ମାନଙ୍କ ମଧ୍ୟରୁ ଅଧିକାଂଶ ସ୍କୁଲ ଓ କଲେଜ ଛାତ୍ରୀ ଥିଲେ । କୁହାଯାଏ ଯେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଝିଅ ଆତ୍ମହତ୍ୟା ,କରିଥିଲେ ।
ଏହି ମାମଲା ଯେତେବେଳେ ସାମନାକୁ ଆସିଥିଲା ସେତେବେଳେ ଆଜମେରେରେ ପ୍ରବଳ ଜନ ଆନ୍ଦୋଳନ ହୋଇଥିଲା । ଅନେକ ଦିନ ଧରି ଆଜମେର ବନ୍ଦ ଥିଲା । ଲୋକ ମାନେ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ । ଏହି ମାମଲାରେ ଅଧିକାଂଶ ଅଭିଯୁକ୍ତ ସଂପ୍ରଦାୟ ବିଶେଷର ହୋଇଥିବା ବେଳେ ପୀଡିତା ଝିଅ ମାନେ ସାଧାରଣ ଭାବେ ହିନ୍ଦୁ ଥିଲେ ।
ଏହି ମାମଲାରେ 18 ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ପ୍ରମୁଖ ଅଭିଯୁକ୍ତ ଥିଲା ଫାରୁକ ଚିସ୍ତି । ସେ ସେତେବେଳେ କଂଗ୍ରେସର ଏକ ବଡ ନେତା ଥିଲା । ଏହି ମାମଲାରେ 2 ଶହରୁ ଅଧିକ ପୀଡିତା ଥିଲେ ହେଲେ କିଛି ପୀଡିତା ହିଁ ବୟାନ ଦେଇଥିଲେ ।
କୁହାଯାଏ ଯେ ସେତେବେଳେ ଆଜମେର ସହରରୁ ପ୍ରକାଶିତ ହେଉଥିବା 3 ଶହରୁ ଉର୍ଧ ପତ୍ରପତ୍ରିକା ଥିଲା । ଏହି ପତ୍ରପତ୍ରିକା ଗୁଡିକ ପୀଡିତା ମାନଙ୍କ ପକ୍ଷରେ ଠିଆ ହେବା ପରିବର୍ତେ ଅନେକ ମୀଡିଆ କର୍ମୀ ଓଲଟା ପୀଡିତା ମାନଙ୍କ ପରିବାରକୁ ବ୍ଲାକମେଲିଂ କରୁଥିଲେ । ଏବେ ଏହି ଫିଲ୍ମ ଉକ୍ତ ଜଘନ୍ୟ ଘଟଣା ଉପରେ ପରଦା ଉଠାଇବାକୁ ଯାଉଛି ।