ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ବିବୃତି ଜାରି କରିବା ସହିତ ପ୍ରଶଂସକମାନଙ୍କୁ କ୍ଷମା ମାଗିଲେ ଅକ୍ଷୟ କୁମାର। କ୍ଷମା ମାଗି କହିଛନ୍ତି, ମୁଁ ଦୁଃଖିତ ମୋର ସମସ୍ତ ପ୍ରଶଂସକ ଓ ଶୁଭେଚ୍ଛୁମାନଙ୍କୁ କ୍ଷମା ମାଗୁଛି। ଗତ ଅଳ୍ପ କିଛି ଦିନ ହେବ ଆପଣମାନଙ୍କର ପ୍ରତିକ୍ରିୟା ମୋତେ ଖୁବ୍ ବ୍ୟଥିତ କରିଛି। ମୁଁ ତମାଖୁକୁ ସପକ୍ଷରେ ନାହିଁ କି, ରହିବି ନାହିଁ। ତେଣୁ, ‘ବିମଳ ଅଳେଇଚ’ ସହିତ ଥିବା ମୋର ସମ୍ପୃକ୍ତି ପ୍ରତି ଆପଣମାନଙ୍କୁ ପ୍ରତିକ୍ରିୟାକୁ ସମ୍ମାନ ଜଣାଉଛି।
ଆଇନଗତ ରାଜିନାମାର ଅବସାନ ପର୍ଯ୍ୟନ୍ତ ଉକ୍ତ କମ୍ପାନିରେ ମୁଁ ଅଭିନୟ କରିଥିବା ବିଜ୍ଞାପନ ପ୍ରସାରଣ କରିପାରେ। କିନ୍ତୁ, ମୁଁ ପ୍ରତିଶ୍ରୁତି ଦେଉଛି ଭବିଷ୍ୟତରେ ଏଭଳି ଅବକାଶ ଆସିଲେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବି। ପ୍ରତିବଦଳରେ ମୁଁ ଆପଣଙ୍କର ସ୍ନେହ ଓ ସଦିଚ୍ଛା କାମନା କରୁଛି।
ଅଭିନେତା ଶାହରୁଖ ଖାଁ ଏବଂ ଅଜୟ ଦେବଗନଙ୍କ ପରେ ଉକ୍ତ କମ୍ପାନିର ଅଳେଇଚ ଉତ୍ପାଦ ବିଜ୍ଞାପନରେ ଅଭିନୟ କରିଥିବା ସଦ୍ୟତମ ବଲିଉଡ୍ ଷ୍ଟାର୍ ହେଉଛନ୍ତି ଅକ୍ଷୟ କୁମାର।