ସବୁଠାରୁ ବଡ କଥା ହେଲା ଯେ ସାଧାରଣ ଛାତ୍ର ମାନଙ୍କୁ ଛାଡନ୍ତୁ ଏନସିସି କ୍ୟାଡେଟ ମାନେ ଏହି ଇସଲାମୀ ନାରା ନାରା-ଏ- ତକଦୀର ଓ ଆଲ୍ଲାହୁ ଆକବରର ନାରା ଲଗାଇଥିଲେ । ଏହି ସମ୍ପର୍କିତ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଲିଗଡ ମୁସଲମାନ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବିଜେପି ନେତା ନିଶିତ ବର୍ମା ଏହାର ଭି଼ଡିଓକୁ ସୋସିଆଲ ମିଡିଆରେ ଶେୟାର କରିବା ସହ ଅଲିଗଡ଼ ପୋଲିସକୁ ଟ୍ୟାଗ କରିଛନ୍ତି ।
ସେ ଏହି ଭିଡିଓକୁ ଶେୟାର କରି ପଚାରିଛନ୍ତି ଯେ ଗଣତନ୍ତ୍ର ଦିବସର ପବିତ୍ର ଦିନରେ ଏଭଳି ଯୁଦ୍ଧର ସ୍ଲୋଗାନ କାହିଁକି ଦିଆଯାଉଛି । ସେ ପୋଲିସକୁ ଅନୁରୋଧ କରିଛନ୍ତି ଯେ ଏହାକୁ ଅଧିକ ଜାଂଚ କରାଯାଇ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ । ଏ ସମ୍ପର୍କରେ ସେ ପୋଲିସ ସହ କଥାବାର୍ତା କରିଥିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।
ତେବେ ଏହି ମାମଲାରେ ଅଲିଗ଼ଡ ମୁସଲିମ ବିଶ୍ବବିଦ୍ୟାଳୟ ପ୍ରଶାସନର ମଧ୍ୟ ପ୍ରତିକ୍ରିୟା ଆସିଛି । ଏଏମୟୁର ପ୍ରକ୍ଟର ୱସିମ ଅଲୀ କହିଛନ୍ତି ଯେ ଏହି ଭିଡିଓ ଆଧାରରେ ଛାତ୍ର ମାନଙ୍କୁ ଚିହ୍ନଟ କରାଯାଉଛି । ଏହା ପରେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ଅଲିଗଡ ପୋଲିସ ମଧ୍ୟ କହିଛି ଯେ ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ବିଶ୍ବବିଦ୍ୟାଳୟ ସହ ସମ୍ପର୍କ କରାଯାଇଛି ।
ଏହି ଭାଇରାଲ ଭିଡିଓରେ ଜଣେ ଦୁଇଜଣ ନୁହେଁ ବରଂ ଅନେକ ଛାତ୍ର ଇସଲାମୀ ନାରା ଦେଉଥିବା ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟର କୁଳପିତ ତାରିକ ମନସୁର ମଧ୍ୟ ଘଟଣା ସମୟରେ ଏଠାରୁ କିଛି ସମୟ ଦୂରରେ ଉପସ୍ଥିତ ଅଛନ୍ତି । ଡ. ନିଶିତ ବର୍ମା କହିଛନ୍ତି ଯେ ଏଭଳି ଇସଲାମୀ ନାରା ସେମାନଙ୍କର ବିଚାରକୁ ସ୍ପଷ୍ଟ କରୁଛି ।
ଏଭଳି ନାରା ଲଗାଇ ସେମାନେ କଣ ବାର୍ତା ଦେବାକୁ ଚାହୁଁଛନ୍ତି । ଯେତେବେଳେ ସାରା ଦେଶ ସମ୍ବିଧାନକୁ ନମନ କରୁଛି ସେତେବେଳେ ଏଭଳି ନାରା ଲଗାଇ ଭାରତରେ ବିଭେଦ ସୃଷ୍ଟି କରାଯିବାକୁ ଚେଷ୍ଟା କରାଯାଉଛି । ଏହି ନାରା କିଭଳି ଲାଗିଲା ଓ ଏହା ପଛରେ କିଏ ଅଛନ୍ତି ତାର ଜାଂଚ କରାଯିବା ଜରୁରୀ ବୋଲି ସେ କହିଛନ୍ତି ।
ରାଜନୀତି ଖବର ଆହୁରି ପଢନ୍ତୁ ।