ଅଲୀଜେହ ନିର୍ଦ୍ଦେଶକ ତଥା ଅଭିନେତା ଅତୁଲ ଅଗ୍ନିହୋତ୍ରୀ ଏବଂ ସଲମନ ଖାନଙ୍କ ଭଉଣୀ ଅଲଭିରା ଖାନ ଅଗ୍ନିହୋତ୍ରୀଙ୍କ କନ୍ୟା ଅଟନ୍ତି । ସୁହାନା ଖାନ,ଖୁସି କପ୍ପୁର,ଅଗସ୍ତ୍ୟ ନନ୍ଦଙ୍କ ପରେ ସେ ବଲିଉଡର ଆଗାମୀ ଷ୍ଟାରକିଡ ଯିଏ ଖୁବଶୀଘ୍ର ବଲିଉଡର ଅଭିନୟ କରିବାକୁ ଯାଉଛନ୍ତି ।
ତେବେ ସୌମେନ୍ଦ୍ରଙ୍କ ଫିଲ୍ମରେ ସେ ଆଗାମୀ ଅଭିନୟ କରିବାକୁ ଯାଉଛନ୍ତି । ସୌମେନ୍ଦ୍ର ‘ବୁଦ୍ଧିଆ ସିଂ’ ଚଳଚ୍ଚିତ୍ର ପାଇଁ ଜାତୀୟ ଆୱାର୍ଡ ପାଇ ସାରିଛନ୍ତି । ଏବେ ଅଲୀଜେହଙ୍କୁ ନେଇ ତାଙ୍କର ଆଗାମୀ ଫିଲ୍ମ କିପରି ରହିବ ତାହା ଦେଖିବା ବାକି ରହିଲା ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।