
ଭୁବନେଶ୍ଵର : ସାରା ବିଶ୍ଵରେ କାୟା ବିସ୍ତାର କରୁଥିବା କୋରୋନା ସହ ମୁକାବିଲା କରିବା ପାଇଁ ଭାରତ ସରକାର ତତ୍ପରତା ଦେଖାଇଛନ୍ତି। କୋରୋନା ଯେପରି ଦେଶରେ ନବ୍ୟାପେ ସେଥିପ୍ରତି ସରକାର ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ତେବେ ଏନେଇ ଆଜି ସ୍ଵରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଜେଲମାନଙ୍କ ପାଇଁ କୋରୋନା ଗାଇଡଲାଇନ୍ ଜାରି ହୋଇଛି।
ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ସ୍ଵରାଷ୍ଟ୍ର ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛି। ଗାଇଡଲାଇନ୍ ଅନୁଯାୟୀ, କୋର୍ଟରେ ବନ୍ଦୀମାନଙ୍କୁ ହାଜର ବେଳେ ସତର୍କତା ରକ୍ଷା କରନ୍ତୁ। ଭିଡିଓ କନଫରେନ୍ସିଂ ଜରିଆରେ ବନ୍ଦୀମାନଙ୍କୁ କୋର୍ଟ ହାଜିରା ପାଇଁ ପରାମର୍ଶ ଦିଆଯାଇଛି। ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ନଥିଲେ ଏନଆଇସି ଜରିଆରେ ସ୍ମାର୍ଟଫୋନ ସହଯୋଗ ନିଅନ୍ତୁ। ବନ୍ଦୀମାନଙ୍କୁ ଭିଜିଟରଙ୍କ ସହ ସାକ୍ଷାତ ବେଳେ ମଧ୍ୟ ଭିସି ସହଯୋଗ ନେବା ପାଇଁ ପରାମର୍ଶ ଦିଆଯାଇଛି।
