ଅର୍ଗସ ବ୍ୟୁରୋ: କୋଭିଡ -19 ପରିସ୍ଥିତିର ମୁକାବିଲା ପାଇଁ ବରଗଡ଼କୁ ସମସ୍ତ ସହଯୋଗ କରିବା ନେଇ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ଆଚାର୍ଯ୍ୟ ଟ୍ଵିଟ କରି କହିଛନ୍ତି ଯେ, ‘ମାନ୍ୟବର ମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଅନୁସରଣରେ ମୁଁ ଆଜି ସକାଳେ ତାଙ୍କ ସହ ଫୋନ ଯୋଗେ କଥା ହୋଇଛି। କୋଭିଡ -19 ପରିସ୍ଥିତିର ମୁକାବିଲା ପାଇଁ ବରଗଡକୁ ଭେଣ୍ଟିଲେଟର ସହ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ସରଞ୍ଜାମ ଦେବା ନେଇ ଆଲୋଚନା ହୋଇଛି।’
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ସେ ମୋତେ ଆଶ୍ୱାସନା ଦେଇଛନ୍ତି । ଆବଶ୍ୟକ କାର୍ଯ୍ୟ କରିବା ପାଇଁ ତୁରନ୍ତ PSU ମାଧ୍ୟମରେ ପଦକ୍ଷେପ ନିଆଯାଉଛି । ଯେଉଁଥିରେ ପର୍ଯ୍ୟାୟ କ୍ରମେ ସତୁରୀଟି ଭେଣ୍ଟିଲେଟର ଯୋଗାଣ ହେବ।
କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ସମର୍ଥିତ ମୂଲ୍ୟରେ ଟିକା ଉପଲବ୍ଧ କରାଇବା ପାଇଁ ବରଗଡ ସମେତ ଚାରୋଟି ସ୍ଥାନରେ ବିକ୍ରୟ କେନ୍ଦ୍ର ଖୋଲାଯିବ ବୋଲି ସେ ଶ୍ରୀ ଆଚାର୍ଯ୍ୟଙ୍କୁ ସେ ସୂଚନା ଦେଇଛନ୍ତି।