କୋର୍ଟ କହିଛନ୍ତି, ଏମଟିପି ଆକ୍ଟ ଅଧୀନରେ ଅବିବାହିତ ମହିଳାଙ୍କର ଗର୍ଭପାତ କରିବାର ଅଧିକାର ରହିଛି। ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପ୍ରକାରର ପାତରଅନ୍ତର କରାଯାଇ ପାରିବ ନାହିଁ। ଭାରତରେ ପ୍ରଚଳିତ ଗର୍ଭପାତ ଆଇନରେ ମଧ୍ୟ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଗର୍ଭପାତ ପାଇଁ ବୈବାହିକ ଦୁଷ୍କର୍ମକୁ ଦୁର୍ଷ୍କମ ମଧ୍ୟରେ ଗଣାଯାଇ ପାରିବ ବୋଲି କୋର୍ଟ କହିଛନ୍ତି।
ଏହାର ଅର୍ଥ ବିବାହିତ ମହିଳା ବୈବାହିକ ଦୁଷ୍କର୍ମର ଶିକାର ହେଲେ ଗର୍ଭପାତ କରାଇ ପାରିବେ। କୋର୍ଟ ଆହୁରି କହିଛନ୍ତି, ଗର୍ଭପାତପାଇଁ ମହିଳାଙ୍କ ବୈବାହିକ ସ୍ଥିତିକୁ ବିଚାର କରାଯିବ ନାହିଁ। ଇଚ୍ଛା ନଥିବା ଗର୍ଭକୁ ଜଣେ ଅବିବାହିତ ମହିଳା ଚାହିଁଲେ ନଷ୍ଟ କରିପାରିବେ। ଏକକ ଓ ଅବିବାହିତ ମହିଳାମାନେ ଏମଟିପି ଆଇନ ଓ ନିୟମ ଅନୁସାରେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିପାରିବେ।
ଭାରତ ଖବର ଆହୁରି ପଢ଼ନ୍ତୁ ।