ତଥାକଥିତ ଇସଲାମିଷ୍ଟ ମୋହମ୍ମଦ ଜୁବୈର ପୁଣି ଥରେ ବିବାଦ ଘେରରେ ଆସି ଯାଇଛନ୍ତି । ଭାରତୀୟ କ୍ରିକେଟ ଟିମର ଖେଳାଳୀ ଅର୍ଶଦୀପକୁ ଖଲିସ୍ତାନୀ ବୋଲି କୁହାଯିବା ମାମଲାରେ ସେ ପାକିସ୍ତାନୀମାନଙ୍କ ସହ ମିଶି ସେମାନଙ୍କର ଏଜେଣ୍ଡାରେ କାମ କରିଥିବା ନେଇ ଅଭିଯୋଗ ଆସିଛି ।
ବିଜେପିର ନେତା ତଥା ଦିଲ୍ଲୀ ଗୁରୁଦ୍ବାରା ପ୍ରବନ୍ଧ କମିଟିର ପୂର୍ବତନ ସଭାପତି ମନଜିନ୍ଦର ସିଂହ ସିରସା ଅଲ୍ଟ ନ୍ୟୁଜର ମୋହମ୍ମଦ ଜୁବୈର ବିରୁଦ୍ଧରେ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସେ ଜୁବୈର ବିରୁଦ୍ଧରେ କଥିତ ଭାବେ ପାକିସ୍ତାନର ଏଜେନ୍ସି ମାନଙ୍କ ସହ ମିଳି କାମ କରିବା ଓ କ୍ରିକେଟ ମ୍ୟାଚରେ କ୍ୟାଚ ଛାଡିବା ପରେ ଅର୍ଶଦୀପକୁ ଖଲିସ୍ତାନୀ ବୋଲି କହିଥିବା ଅଭିଯୋଗ କରିଛନ୍ତି ।
ସେ ଦିଲ୍ଲୀ ପୋଲିସରେ ଲିଖିତ ଭାବେ କରିଥିବା ଅଭିଯୋଗରେ କହିଛନ୍ତି ଯେ ଜୁବୈର ଦ୍ୱାରା ଶେୟାର କରାଯାଇଥିବା କିଛି ଟ୍ୱିଟ ଏପରି ଏକାଉଂଟରୁ କରାଯାଇଥିଲା ଯାହାକୁ ଅର୍ଶଦୀପକୁ ଖଲିସ୍ତାନୀ ବୋଲି କହିବା ଓ ତାଙ୍କ ବିରୁଦ୍ଧରେ ନ୍ୟାରେଟିଭ ତିଆରି କରିବା ଉଦ୍ଦେଶ୍ୟରେ ତିଆରି କରା ଯାଇଥିଲା। ସେ ଆହୁରି କହିଛନ୍ତି ଯେ ଜୁବୈରଙ୍କର ଟ୍ୱିଟକୁ ପାକିସ୍ତାନୀ ମାନେ ଶିଖ ବିରୋଧୀ ଭାବନାକୁ ବଢାଇବା ଓ ଭାରତକୁ ବଦନାମ କରିବା ସହିତ ଅଶାନ୍ତି ଉତ୍ପନ୍ନ କରିବା ପାଇଁ ଆଗକୁ ବଢାଯାଇଥିଲା । ସେ ଦିଲ୍ଲୀ ପୋଲିସ କମିଶନରଙ୍କୁ ଜୁବୈର ବିରୁଦ୍ଧରେ ମାମଲା ରୁଜୁ କରି ଏହାର ଜାଂଚ କରିବାକୁ ଅନୁରୋଧ କରିଛନ୍ତି ।
ସିରସା ଆହୁରି କହିଛନ୍ତି ଯେ ମୋହମ୍ମଦ ଜୁବୈର ଅର୍ଶଦୀପଙ୍କୁ ଖାଲିସ୍ତାନୀ ବୋଲି କୁହା ଯାଇଥିବା ସ୍କ୍ରିନଶଟକୁ ଖୋଜିବାକୁ ଖୁବ ପରିଶ୍ରମ କରିଥିଲେ ଓ ତାକୁ ଶେୟାର କରିଥିଲେ । ଏହି ସ୍କ୍ରିନ ଶଟ ଗୁଡିକରେ ଦାବି କରାଯାଇଥିଲା ଯେ ଅର୍ଶଦୀପ ପାକିସ୍ତାନ ବିରୁଦ୍ଧରେ କ୍ରିକେଟ ମ୍ୟାଚରେ କ୍ୟାଚ ଛାଡିବା ପରେ ଭାରତୀୟ ମାନେ ତାଙ୍କୁ ଖଲିସ୍ତାନୀ ବୋଲି କହି ଗାଳି ଦେଉଛନ୍ତି । ସିରସା କହିଛନ୍ତି ଯେ ଜୁବୈରଙ୍କ ଏହି ଟ୍ୱିଟ ଗୁଡିକୁ ପାକିସ୍ତାନୀ ଏଜେନ୍ସୀ ମାନେ ଭାରତକୁ ବଦନାମ କରିବା ଓ ଦେଶରେ ଶିଖ ମାନଙ୍କ ବିରୁଦ୍ଧରେ ଘୃଣା ସୃଷ୍ଟି କରିବାକୁ କରାଯାଇଥିଲା ।
ସିରସା କହିଛନ୍ତି ଯେ ଜୁବୈରଙ୍କ ଏପରି କରିବା ଭାରତରେ ସାଂପ୍ରଦାୟିକ ବୈମନସ୍ୟ ସୃଷ୍ଟି କରିବାକୁ ଏକ ସୁନିୟୋଜିତ ଷଡଯନ୍ତ୍ର ଥିଲା । ଖାଲିସ୍ତାନୀ ଏଜେଣ୍ଡାକୁ ଆଗକୁ ବଢାଇବାକୁ କେଉଁ ମାନେ ଜୁବୈରର ସହଯୋଗ କରିଥିଲେ ସେ ସମ୍ପର୍କରେ ମଧ୍ୟ ଜାଂଚ କରିବାକୁ ଏଥିରେ ନିବେଦନ କରିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଅର୍ଶଦୀପଙ୍କୁ ଖରାପ ଓ ଖଲିସ୍ତାନୀ ବୋଲି କହି ଯେଉଁ ଟ୍ୱିଟ କରାଯାଇଥିଲା ତା ମଧ୍ୟରୁ ଅଧିକାଂଶ ପାକିସ୍ତାନ ଓ ଆରବ ଦେଶରୁ ଭାରତୀୟ ମାନଙ୍କ ନାମରେ କରାଯାଇଥିଲା ।
କେବଳ ସେତିକି ନୁହେଁ ପାକିସ୍ତାନୀ ମାନେ ୱିକିପିଡିଆରେ ମଧ୍ୟ ଅର୍ଶଦୀପଙ୍କ ସମ୍ପର୍କରେ ଥିବା ତଥ୍ୟକୁ ବଦଳାଇ ଦେଇଥିଲେ । ଏହାକୁ ନେଇ ସରକାର ମଧ୍ୟ ୱିକିପିଡିଆ କର୍ତୃପକ୍ଷଙ୍କୁ ଜବାବ ମାଗିଥିବା ଜଣା ପଡିଛି ।
ବିଦେଶ ଖବର ଆହୁରି ପଢନ୍ତୁ ।