ଅର୍ଗସ ବ୍ୟୁରୋ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଆଉ 2 ସହଯୋଗୀଙ୍କ ଏନକାଉଣ୍ଟର । ପ୍ରଭାତ ମିଶ୍ର ଓ ବବନ ଶୁକ୍ଳାଙ୍କୁ ମାରିବାରେ ସଫଳ ହୋଇଛି ୟୁପି ଏସଟିଏଫ । କାନପୁରରେ ପୋଲିସଠୁ ବନ୍ଧୁକ ଧରି ଖସିଯାଉଥିବା ବେଳେ ପ୍ରଭାତ ମିଶ୍ର ଓରଫ କାର୍ତ୍ତିକେୟକୁ ଏନକାଉଣ୍ଚର କରାଯାଇଛି । ସେହିପରି ଇଟାୱାରେ ବବନ ଶୁକ୍ଳା ଓରଫ ପ୍ରବୀଣକୁ ବି ମାରିବାରେ ସଫଳ ହୋଇଛି । ତା ନାଁରେ 50 ହଜାର ଟଙ୍କାର ପୁରସ୍କାର ରାଶି ରହିଥିଲା ।
ବିକରୁ ଗାଁରୋ ପୋଲିସ ଉପରେ ହୋଇଥିବା ବର୍ବର ଆକ୍ରମଣରେ ପ୍ରବୀଣ ସାମିଲ ଥିବା କଥା କୁହାଯାଉଛି । ଏହାକୁ ମିଶାଇ ଗତ ଦୁଇ ଦିନରେ ବିକାଶର 3 ସହଯୋଗୀକୁ ମାରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ଏବେ ବି ଫେରାର ଥିବା ବେଳେ ତାର ସାମ୍ରାଜ୍ୟ ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି । ଏହାରି ଭିତରେ ବିକାଶ ନିଜେ ଆତ୍ମସମର୍ପଣ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

