ଗୋଟି ଗୋଟି କରି ସବୁ ମକା ଗଛକୁ କାଟି ଦେଉଛି। ସେ ପୁଣି ନିଜ ଦାନ୍ତ ସାହାଯ୍ୟରେ। ସେ ରାଗରେ କାଟୁଛି କି ଖୁସିରେ ତାହା ତ ଜଣାନାହିଁ। କିନ୍ତୁ ସବୁ ମକା ଗଛକୁ କାଟି ପକାଉଛି। ତା ପାଖରେ ଆଉ ଗୋଟିଏ ଛୋଟିଆ କୁକୁର ରହିଛି। ହେଲେ ସେ ଏପଟ ସେପଟ ହେଉଛି। କିନ୍ତୁ ଏହି କୁକୁରଟି ମକା ଗଛକୁ କାଟି ସଫା କରିଦେଉଛି। ଅତି ସୁନ୍ଦର ଭାବେ ଗୋଟି ଗୋଟି କଣି ତା ଦାନ୍ତ ସାହାଯ୍ୟରେ କାଟି ଦେଉଛି ଏହି କୁକୁର। ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓକୁ ଦେଖି ଲୋକେ ମଧ୍ୟ ନିଜର ଅନେକ ମନ୍ତବ୍ୟ ଦେଇଛନ୍ତି। କେହି କେହି କହିଛନ୍ତି କି ଛୁଆମାନେ ଏଭଳି କରିବାକୁ କେବେ ସୁଯୋଗ ପାଇନଥିବେ। ଆଉ କେହି କେହି କହିଛନ୍ତି ଅତି ସୁନ୍ଦର। ତେବେ ଏହି ଭିଡିଓଟି କେଉଁଠିକାର ତାହା ଜଣାନାହିଁ। କିନ୍ତୁ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।