ଅଫିସ୍ ରୁ କିମ୍ବା ନିଜର କାର୍ଯ୍ୟସ୍ଥଳରୁ ଫେରି ଟିକେ ଏସି ତଳେ ବସି ପଡିଲେ ସ୍ୱର୍ଗ ସୁଖ ଅନୁଭବ ହୋଇଥାଏ। କିନ୍ତୁ ଯାହା ଘରେ ଏସିର ବ୍ୟବସ୍ଥା ନାହିଁ ସେ ଖରାଦିନେ କାଉରାବାଉରା ହୋଇଯାଏ। କିନ୍ତୁ ଆଉ ଏବେ କାଉରାବାଉରା ହେବାକୁ ପଡିବ ନାହିଁ । କାରଣ ମାତ୍ର ୪୦୦ ଟଙ୍କାରେ ଆପଣ ମଧ୍ୟ ଏସି ଟି କିଣି ଖରା ଦିନରେ ଦେହକୁ ସିତଳ କରିପାରିବେ। ଏସିର ଏହି ମୂଲ୍ୟ ସୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ସତ୍ୟ। କାରଣ ଏବେ ନୂଆ ମିନି ପୋର୍ଟେବଲ ଏସି ମାର୍କେଟରେ ଉପଲବ୍ଧ। ଏହା ଅନ୍ୟ ଏୟାରକଣ୍ଡିସନ ଠାରୁ ବହୁତ ଛୋଟ ବୋଲି କୁହାଯାଉଛି।
ସବୁଠାର ମଜାର କଥା ଏହା ଯେ ଏହି ଏସିର ମୂଲ୍ୟ ମାତ୍ର ୪୦୦ ଟଙ୍କା। ତେବେ ଏହି ମିନି ଏସି ଆପଣ ଅନଲାଇନ୍ କିମ୍ବା ଅଫଲାଇନ୍ରୁ କ୍ରୟ କରି ପାରିବେ। ଏହାର ମୂଲ୍ୟ ୪୦୦ରୁ ୨୦୦୦ ମଧ୍ୟରେ ରହୁଛି।
ଆପଣମାନଙ୍କୁ ଏହା ଫ୍ଲିପ୍କାର୍ଟ କିମ୍ବା ଆମାଜନ୍ ସାଇଟ୍ରେ ମିଳିଯାଇପାରିବ। ତେବେ ଏଠି କହି ରଖୁଛୁ ଯେ ଏହି ମିନି ଏସିକୁ ଚଲାଇବାକୁ ହେଲେ ଆପଣଙ୍କୁ ଡ୍ରାଏ ଆଇସ୍ କିମ୍ବା ପାଣିର ଆବଶ୍ୟକତା ପଡିବ। ଯାହାଦ୍ୱାରା ରୁମ୍ କୁଲିଙ୍ଗ ରହିବ। ଏଥିରେ ବୁଦ୍ୟୁତ୍ ଖର୍ଚ୍ଚ ବହୁତ୍ କମ୍ ।