ଅର୍ଗସ ବ୍ୟୁରୋ : ଆଜି ସାରା ଦୁନିଆରେ ତୃତୀୟ ବିଶ୍ୱଯୁଦ୍ଧ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଥମେ ଆମେରିକା ଇରାନ୍ ଉପରେ ଡ୍ରୋନ୍ ଆକ୍ରମଣ କରି 62 ବର୍ଷର ମେଜର ଜେନେରାଲ କାସିମ୍ ସୁଲେମାନିଙ୍କୁ ନିହତ କରିଥିଲା । ଏହାର ପ୍ରତିଶୋଧ ନିଆଁରେ ଏବେ ଜଳୁଛି ଇରାନ୍ । ତେବେ ଏହା ପ୍ରତି ଆକ୍ରମଣ ମଧ୍ୟ କରିସାରିଛି ଇରାନ୍ । ବିଳମ୍ବିତ ରାତିରେ ବାଗଦାଦରେ ଆମେରିକା ଦୂତାବାସ ଉପରେ ରକେଟ ଆକ୍ରମଣ କରିବା ସହ ଆମେରିକା ସୈନିକ ବେସ୍ ଉପରେ ମଧ୍ୟ ଆକ୍ରମଣ କରିଛି ଇରାନ୍ । ଏନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବା ନେଇ ଆଶଙ୍କା ଜୋର୍ ଧରିଛି । ତେବେ ଇରାନ୍ ତରଫରୁ ଆକ୍ରମଣ ପରେ ବାଗଦାଦର ଆଖପାଖରେ ଏମରଜେନ୍ସି ଜାରି କରାଯାଇଛି ।
ଆମେରିକା ଓ ଇରାନ୍ ମଧ୍ୟରେ ଚାଲିଥିବା ତିକ୍ତତାର ପ୍ରଭାବ ସମସ୍ତ ଦେଶ ଉପରେ ପଡିବା ଆରମ୍ଭ କଲାଣି । ଏବେ ସାରା ବିଶ୍ୱରେ ତେଲର ମୂଲ୍ୟରେ ପାଖାପାଖି 4 ପ୍ରତିଶତ ବୃଦ୍ଧି ହୋଇଛି । ବିଶ୍ୱର ଅଧିକରୁ ଅଧିକ ସେୟାର ବଜାରରେ ମଧ୍ୟ ଏହାର ପ୍ରଭାବ ପଡିଛି । ଏଥିସହିତ କିଛି ଦେଶରେ ସୁନାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ତେବେ ଏସବୁ ଜିନିଷ ବୃଦ୍ଧିର କାରଣ ହେଉଛି ଏହି ଦୁଇ ଦେଶ ସହ ବିଶ୍ୱର ବଡ଼ ବଡ଼ ଶକ୍ତି ମଧ୍ୟ ଯୁଦ୍ଧ ପାଇଁ ହୁଙ୍କାର ଦେଉଛନ୍ତି ।
ସାଉଦି ଆରବ ଓ ଆମେରିକା ବ୍ୟତୀତ ଇଜରାୟଲ ମଧ୍ୟ ଇରାନ୍କୁ ନିଜର ଶତୃ ବୋଲି ମାନିଥାନ୍ତି । ଏପଟେ ଇରାନ୍ ସହ ଚୀନ୍, ଋଷ, ୟମନ, ଲେବନାନ ଓ ସିରିୟା ପରି ଦେଶ ସାମିଲ ଅଛନ୍ତି । ଏହି ଦେଶମାନଙ୍କର ମିଳିତରେ ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଏହାର ପ୍ରଭାବ ସାରା ବିଶ୍ୱରେ ପଡିବ । ତେବେ ଯଦି ଆମେ ସାମରିକ ଶକ୍ତି କଥା ବିଚାର କରିବା ତାହାହେଲେ ଇରାନ୍ଠାରୁ ବହୁ ଆଗରେ ଆମେରିକା ରହିଛି ।
ଆମେରିକା ପାଖରେ ଦୁନିଆର ସବୁଠାରୁ ଶକ୍ତାଶାଳୀ ଓ ବିଶାଳକାୟ ସେନା ରହିଛି । ସୈନ୍ୟ କ୍ଷମତାର ରାକିଙ୍ଗ କରୁଥିବା ଓ୍ୱେବସାଇଟ୍ ଗ୍ଲୋବାଲ ଫାୟାର କହିଛି ଯେ, ଆମେରିକାର ସୈନ୍ୟ କ୍ଷମତା ପୁରା ବିଶ୍ୱରେ ଏକ ନମ୍ବରରେ ରହିଛି । ସେହିପରି ଇରାନ୍ ରାକିଙ୍ଗ 14ରେ ରହିଛି । ଏଥିସହିତ ଆମେରିକା ଓ ଇରାନ୍ର ରକ୍ଷା ବଜେଟ୍ରେ ବହୁତ ଅନ୍ତର ରହୁଛି । ଆମେରିକାର ରକ୍ଷାବଜେଟ 716 ବିଲିୟନ ଡଲାର ଥିବାବେଳେ ଇରାନ୍ର ବଜେଟ୍ ମାତ୍ର 6.3 ବିଲିୟନ ଡଲାର ରହିଛି ।
ଆମେରିକା ପାଖରେ ଏୟାରକ୍ରାପଟ୍ ଓ ହେଲିକାପ୍ଟରର ସଂଖ୍ୟା 10170 ରହିଛି । ସେହିପରି ଇରାନ୍ ପାଖରେ 512 ଏୟାରକ୍ରାପଟ୍ ଓ ହେଲିକାପ୍ଟର ରହିଛି । ଆମେରିକା ପାଖରେ ଟ୍ୟାଙ୍କ ଓ ତୋପ ପାଖାପାଖି 48,422 ରହିଥିବା ବେଳେ ଇରାନ୍ ପାଖରେ 8,577 ରହିଛି । ଇରାନ୍ ପାଖରେ 2,895 ଟ୍ୟାଙ୍କ ଥିବାବେଳେ ଏହାର ତିନି ଗୁଣା ଅଧିକ ଆମେରିକା ପାଖରେ 8725 ରହିଛି ।
ଆମେରିକା ନିକଟରେ 12 ଲକ୍ଷ 81 ହଜାର ସୈନିକ ରହିଥିବା ବେଳେ ଇରାନ୍ ପାଖରେ ସୈନିକଙ୍କ ସଂଖ୍ୟା 5 ଲକ୍ଷ 23 ହଜାର ରହିଛି । ଜାହଜ ଓ ଯୁଦ୍ଧଜାହଜ ସଂଖ୍ୟାରେ ଆମେରିକା ଓ ଚୀନ୍ ପାଖାପାଖି ରହିଛନ୍ତି । ଆମେରିକା ନିକଟରେ ଜାହାଜ ଓ ଯୁଦ୍ଧଜାହଜ ସଂଖ୍ୟା 415 ଯାହାକି ଇରାନ୍ ପାଖରେ 398 ରହିଛି ।
ଇରାନ ନିକଟରେ ଯେଉଁ ମିଶାଇଲ ରହିଛି ତାହା ଦୂର ସ୍ଥାନକୁ ଲକ୍ଷଭେଦ କରିବାରେ ସକ୍ଷମ ନୁହେଁ । ଏହା କେବଳ ଇଜରାଇଲ, ଖାଡିର ଆରବ ଦେଶ ଓ ମଧ୍ୟପୂର୍ବରେ ଆମେରିକାର କିଛି ସ୍ଥାନ ଉପରେ ଆକ୍ରମଣ କରିପାରିବ । ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ, ତୃତୀୟ ବିଶ୍ୱ ଯୁଦ୍ଧ ହେଲେ ଆମେରିକାର ଶକ୍ତି ଦୃଢ ରହିବ ।

