ଅଧିକ ପଢନ୍ତୁ ବିଦେଶ ଖବର :
ହିନ୍ଦ ପ୍ରଶାନ୍ତ ଅଂଚଳରେ ଡ୍ରାଗନର ପ୍ରଭାବକୁ କମ କରିବାକୁ ଅଷ୍ଟ୍ରେଲିଆ ଆମେରିକା ଠାରୁ ଅନେକ ପରମାଣୁ ସଂଚାଳିତ ବୁଡା ଜାହାଜ କ୍ରୟ କରିବ । ଏହା ସହିତ ଅକସ୍ ଡିଲ ଅନୁସାରେ ଅଷ୍ଟ୍ରେଲିଆ ବ୍ରିଟେନ ସହିତ ବୁଡା ଜାହାଜ ତିଆରି କରିବ । ଏହାକୁ ନୂଆ ଟେକ୍ନଲଜିର ସହ ବିକଶିତ କରାଯିବ। ଏହି ଡିଲ୍ ଅନୁସାରେ 2030 ଦଶକର ଆରମ୍ଭରେ ଆମେରିକା 50 ବିଲିୟନ ଡଲାରର ମୂଲ୍ୟରେ ତିନି ଭର୍ଜିନିଆ ଶ୍ରେଣୀର ବୁଡା ଜାହାଜ ଅଷ୍ଟ୍ରେଲିଆକ ବିକ୍ରି କରିବ । ଯଦି ଆବଶ୍ୟକ ହୁଏ ତେବେ ଅଷ୍ଟ୍ରେଲିଆ 58 ବିଲିୟନ ଡଲାର ଦେଇ ଆଉ ଦୁଇଟି ବୁଡା ଜାହାଜ କିଣି ପାରିବ । ତେବେ ଏବେ ଅକସ ଡିଲ କଣ ? ଚୀନକୁ ଟକ୍କର ଦେବାକୁ ଯୋଗ୍ୟ କରିବାକୁ ଅଷ୍ଟ୍ରେଲିଆକୁ ଆମେରିକା ଓ ବ୍ରିଟେନ ଅକସ୍ ଡିଲ ଅନୁଯାୟୀ ସୁରକ୍ଷା କବଚ ପ୍ରଦାନ କରିବେ । ଏହି ଡିଲ ଅନୁଯାୟୀ ଏହି ତିନୋଟି ଦେଶ ପରସ୍ପର ମଧ୍ୟରେ ଗୁଇନ୍ଦା ସୂଚନା ଶେୟାର କରିବେ । ପରମାଣୁ ପରିଚାଳିତ ବୁଡା ଜାହାଜ ମିଳିବା ପରେ ଅଷ୍ଟ୍ରେଲିଆ ହିନ୍ଦ ମହାସାଗର ଓ ଦକ୍ଷିଣ ଚୀନ ସାଗରରେ ଶକ୍ତିଶାଳୀ ହୋଇଯିବ । ଏହି ଡିଲ ଅନୁଯାୟୀ ଅଷ୍ଟ୍ରେଲିଆ ଓ ବ୍ରିଟେନ ଅଲଗା ପ୍ରକାରର ବୁଡା ଜାହାଜ ତିଆରି କରିବେ । ଏସଏସଏନ-ଅକସ ନାମରେ ଏହି ବୁଡା ଜାହାଜକୁ ଉଭୟ ଦେଶର ଜଳସେନାରେ ସାମିଲ କରାଯିବ । ଏହି ବୁଡା ଜାହାଜ ଆମେରିକାର ଟେକ୍ନୋଲଜି ଓ ବ୍ରିଟେନର ଡିଜାଇନ ଉପରେ ଆଧାରିତ ରହିବ । ଏଥିରେ ନ୍ୟୁକ୍ଲିୟାର ରିଆକ୍ଟର ଓ ଅସ୍ତ୍ରଶସ୍ତ୍ର ପ୍ରଣାଳୀର କ୍ଷମତା ରହିବ ।