ଯାହାକୁ ଉଚିତ୍ ନୁହେଁ ବୋଲି କହିହେବନି। କାରଣ ସମସ୍ତେ ଜାଣନ୍ତି ରାଜ୍ୟପାଳ ହେଉଛନ୍ତି ରାଜ୍ୟରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟର କୂଳାଧିପତି ବା ଚାନ୍ସଲର। ସେ ହିଁ ସମସ୍ତ ୟୁନିଭରସିଟିର କୂଳପତିମାନଙ୍କୁ ନିଯୁକ୍ତ କରିଥାନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ୍ ଧନକରଙ୍କ ମଧ୍ୟରେ ଉଗ୍ର ବିବାଦ ଯୋଗୁଁ ରାଜ୍ୟପାଳଙ୍କୁ ମାନୁ ନାହାନ୍ତି ମମତା। ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହୋଇଥିଲେ ହେଁ ମମତା ତାଙ୍କ ନିଷ୍ପତ୍ତି ଉପରେ ସବୁବେଳେ ଅଙ୍ଗୁଳୀ ନିର୍ଦ୍ଦେଶ କରୁଛନ୍ତି।
ହେଲେ ଏବେ ଏ କଥା ଉଠିବାର କାରଣ ହେଉଛି ରବିନ୍ଦ୍ର ଭାରତୀ ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତି ମାମଲା। ଏହି ସରକାରୀ ବିଶ୍ବବିଦ୍ୟାଳୟର କୂଳପତି ବସୁ ରଏ ଚୌଧୁରୀଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଯାହାକୁ ଦୃଷ୍ଟିରେ ରଖି କୁଳାଧିପତି ଭାବେ ରାଜ୍ୟପାଳ ଧନକର ନୃତ୍ୟ ବିଭାଗ ପ୍ରମୁଖ ମହୁଆ ମୁଖର୍ଜୀଙ୍କୁ ନୂତନ କୂଳପତି କରିବାକୁ ଘୋଷଣା କରିଛନ୍ତି।
ଯେଉଁ ନିଷ୍ପତ୍ତିକୁ ବିରୋଧ କରିଛି ଟିଏମସି। ଦଳର ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ, ମମତାଙ୍କୁ ସମସ୍ତ ବିଶ୍ବବିଦ୍ୟାଳୟର କୂଳପତି ନିଯୁକ୍ତି କରିବାର ଅଧିକାର ରହିଛି। ଏ ନେଇ ବିଧେୟକ ରାଜ୍ୟପାଳଙ୍କ ସ୍ବାକ୍ଷରକୁ ଅପେକ୍ଷା କରିଛି। କିନ୍ତୁ ରାଜ୍ୟପାଳ ତରବରିଆ ଭାବେ ନିଷ୍ପତ୍ତି ନେଇ ମମତାଙ୍କୁ ଅପମାନିତ କରିଛନ୍ତି।
ଭାରତ ଖବର ଆହୁରି ପଢ଼ନ୍ତୁ ।