ଅମିତ ଶାହ ସୂଚନା ଦେଇଛନ୍ତି ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ତାଙ୍କର କୌଣସି ପ୍ରକାରର ରୋଗ ନାହିଁ। ଏହା ସହିତ ଅମିତ ଶାହା କହିଛନ୍ତି ଯେ କରୋନା ଭାଇରସ ମହାମାରୀର ଏହି ସମୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ କାମ କରିବା କାରଣରୁ ସେ ଏଥି ପ୍ରତି ଧ୍ୟାନ ଦେଇ ନାହାଁନ୍ତି |
मेरे स्वास्थ्य की चिंता करने वाले सभी लोगों को मेरा संदेश। pic.twitter.com/F72Xtoqmg9— Amit Shah (@AmitShah) May 9, 2020
କିଛି ଦିନ ହେବ କିଛି ବନ୍ଧୁ ସୋସିଆଲ ମିଡିଆ ଜରିଆରେ ମୋ ସ୍ୱାସ୍ଥ୍ୟ ବିଷୟରେ ଅନେକ କଥା ପ୍ରଚାର କରିଥିଲେ। ଏପରିକି ଅନେକ ଲୋକ ଟୁଇଟ୍ କରି ମୋ ମୃତ୍ୟୁ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି। ମୋର ଦଳୀୟ କର୍ମୀ ଏବଂ ମୋର ଶୁଭେଚ୍ଛୁ ମାନେ ଗତ ଦୁଇ ଦିନ ଧରି ବହୁତ ଚିନ୍ତା ପ୍ରକଟ କରିଛନ୍ତି। ମୁଁ ସେମାନଙ୍କ ଚିନ୍ତାକୁ ଅଣଦେଖା କରିପାରିବି ନାହିଁ | ସେଥିପାଇଁ ମୁଁ ଆଜି ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି।
ଶାହା କହିଛନ୍ତି, 'ମୁଁ ମୋର ଶୁଭେଚ୍ଛୁ ଏବଂ ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ମୋ ପାଇଁ ଚିନ୍ତା କରିଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ଏହି ଗୁଜବ ପ୍ରଚାର କରିଥିବା ଲୋକଙ୍କ ପ୍ରତି ମୋର କୌଣସି ଅନିଷ୍ଟ କିମ୍ବା ଅଭିଯୋଗ ନାହିଁ ବୋଲି ସେ କହିଛନ୍ତି।