ପରେ ବିଜୟ ସଂକଳ୍ପ ରାଲିରେ ଝାଡ଼ଖଣ୍ଡର ଦୁର୍ନୀତିଗ୍ରସ୍ତ ସୋରେନ୍ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଶାହା । କେନ୍ଦ୍ରର ବିଜେପି ସରକାର ଝାଡ଼ଖଣ୍ଡ ପାଇଁ କରିଥିବା ବିକାଶମୂଳକ କାର୍ଯ୍ୟ ଓ ଯୋଜନା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ମନେ ପକେଇଦେବା ସହ ଆଗକୁ ରାଜ୍ୟରେ ବିଜେପିର ବିଜୟ ନେଇ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।
ଦୁର୍ନୀତିଗ୍ରସ୍ତ ସୋରେନ୍ ସରକାରଙ୍କ ଉପରେ କଲେ ଟାର୍ଗେଟ୍

ଅର୍ଗସ ବ୍ୟୁରୋ : ଆଜି ଝାଡ଼ଖଣ୍ଡରେ ବିଜୟ ସଂକଳ୍ପ ରାଲି ଆରମ୍ଭ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା । ରାଲି ପୂର୍ବରୁ ଦେଓଘର ଗସ୍ତ କରି ସସ୍ତ୍ରୀକ ବାବା ବୈଦନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ଇଫକୋର ନାନୋ ୟୂରିୟା ପ୍ରକଳ୍ପର ଶୀଳାନ୍ୟାସ କରିଥିଲେ ଶାହା । ରାମକୃଷ୍ଣ ମିଶନ ସ୍କୁଲର ଶତବାର୍ଷିକୀ ସମାରୋହରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ।
Download Argus News App
