ଗୃହମନ୍ତ୍ରୀ ଟ୍ଵିଟ୍ କରି କହିଛନ୍ତି ଯେ, ଗୁପକାର ଗ୍ୟାଙ୍ଗ ଗ୍ଲୋବାଲ ହେଉଛି। ସେ ଚାହୁଁଛି ଯେ, ବିଦେଶୀ ସେନା ଜାମ୍ମୁ ଏବଂ କାଶ୍ମୀରରେ ହସ୍ତକ୍ଷେପ କରନ୍ତୁ। ଗୁପକାର ଗ୍ୟାଙ୍ଗ ତ୍ରିରଙ୍ଗାର ମଧ୍ୟ ଅପମାନ କରିଛି। କଣ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଗୁପକାର ଗ୍ୟାଙ୍ଗର ଏହି ଚାଲକୁ ସମର୍ଥନ କରୁଛନ୍ତି। ରାହୁଲ ଏବଂ ସୋନିଆ ଭାରତର ଲୋକମାନଙ୍କୁ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍।
ଶାହ ପୁଣି କହିଛନ୍ତି ଯେ, କଂଗ୍ରେସ ଏବଂ ଗୁପକାର ଗ୍ୟାଙ୍ଗ ଜାମ୍ମୁ କାଶ୍ମୀରକୁ ଆତଙ୍କ ଏବଂ ଅଶାନ୍ତିର ଯୁଗକୁ ଫେରେଇ ନେବାକୁ ଚାହୁଁଛନ୍ତି। ସେମାନେ 370 ଧାରା ହଟାଇ ଦଳିତ, ମହିଳା ଏବଂ ଆଦିବାସୀଙ୍କ ଅଧିକାର ଛିନ୍ନ କରିବାକୁ ଚାହୁଁଛନ୍ତି। ଏହି କାରଣରୁ କଂଗ୍ରେସକୁ ସବୁଠାରେ ଅସ୍ବୀକାର କରିଛନ୍ତି।
ସେହିପରି ବିଜେପି ନେତା କହିଛନ୍ତି ଯେ, ଭାରତୀୟ ଲୋକମାନେ ଏବେ କୌଣସି ଅପବିତ୍ର ଗ୍ଲୋବାଲ ମହାମେଣ୍ଟକୁ ବର୍ଦାସ୍ତ କରିବେ ନାହିଁ। ଜାମ୍ମୁ କାଶ୍ମୀର ସର୍ବଦା ଭାରତର ଅଭିନ୍ନ ଅଙ୍ଗ ଥିଲା ଏବଂ ରହିବ। ଭାରତୀୟ ଲୋକମାନେ ଏବେ ଆମ ରାଷ୍ଟ୍ରୀୟ ହିତର ବିରୋଧରେ ଅପବିତ୍ର ଗ୍ଲୋବାଲ ମହାମେଣ୍ଟକୁ ବର୍ଦାସ୍ତ କରିବେ ନାହିଁ।