ସେହିପରି ଚୀନ୍-ଭାରତ ସୀମାରେ ନିୟୋଜିତ ସୁରକ୍ଷା ବାହିନୀ ସହିତ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗୃହମନ୍ତ୍ରୀ ଭାବେ ଏହା ଅମିତ ଶାହାଙ୍କର ଦ୍ବିତୀୟ ଅରୁଣାଚଳ ପ୍ରଦେଶ ଗସ୍ତ। ଏହାପୂର୍ବରୁ ସେ ଫେବୃଆରୀ 2020 ରେ ଉତ୍ତର-ପୂର୍ବ ରାଜ୍ୟ ପରିଦର୍ଶନ କରି 34 ତମ ଅରୁଣାଚଳ ପ୍ରଦେଶ ରାଜ୍ୟ ଫାଉଣ୍ଡେସନ ଦିବସ ଉତ୍ସବରେ ଭାଗ ନେଇଥିଲେ।
ଏଥର ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଲୋହିତ ଜିଲ୍ଲାର ୱାକ୍ରୋ ଠାରେ ପ୍ରଭୁ ପର୍ଶୁରାମଙ୍କ 51 ଫୁଟ ଉଚ୍ଚ ପ୍ରତିମୂର୍ତ୍ତିର ମୂଳଦୁଆ ପକାଇବା ସହିତ 40ରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦଘାଟନ କରିବେ।
ବିଭିନ୍ନ ସାମାଜିକ ସଂଗଠନକୁ ଭେଟିବାକୁ ଥିବା ବେଳେ ଗସ୍ତର ଶେଷ ଦିନରେ ଅମିତ ଗୃହମନ୍ତ୍ରୀ ଅମିତ୍ ଶାହା ଚୀନ-ଭାରତ ସୀମାରେ ଦେଶକୁ ସୁରକ୍ଷା ଦେଉଥିବା ଯବାନ ମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କ ସହ ଭୋଜନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।