ନୂଆଦିଲ୍ଲୀ: ଅମିତ୍ ଶାହଙ୍କ ବଡ ବୟାନ । ଶାହା କହିଛନ୍ତି ଯେ, କୌଣସି ମୁଖ୍ୟମନ୍ତ୍ରୀଙ୍କ ଅଧିକାର ନାହିଁ ଯେ ସେମାନେ ନାଗରିକତା ଆଇନ୍କୁ ବିରୋଧ କରିବେ । ଯେତେବେଳେ ସଂସଦ ଆଇନ୍ କରିଦେଇଛି ମାନେ ଏହା ସାରା ଦେଶରେ ଲାଗୁ ହେବ । ସେ ଆହୁରି ମଧ୍ୟ କହିଛନ୍ତି ନାଗରିକତା କେନ୍ଦ୍ରର ଲିଷ୍ଟରେ ରହିଛି । ଯେତେବଳେ ଏହାକୁ ସଂସଦର ଉଭୟ ଗୃହରେ ପାସ୍ କରିଦଆଯାଇଛି ସେବେଠୁ ନାଗରିକତା ଆଇନ୍ ସାରା ଦେଶରେ ଲାଗୁ ହୋଇଯାଇଛି ।
ନାଗରିକତା ଆଇନ୍କୁ ନେଇ ହେଉଥିବା ପ୍ରଦର୍ଶନ ଉପରେ ଗୃହ ମନ୍ତ୍ରୀ କହିଛନ୍ତି ଦେଶରେ ପାଖାପାଖି 224 ବିଶ୍ୱବିଦ୍ୟାଳୟ ଅଛି, ଯେଉଁଥିରୁ 22ଟି ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଚାଲିଛି । ଏଥିରୁ 4ଟି ଏପରି ବିଶ୍ୱବିଦ୍ୟାଳୟ ଅଛି ଯେଉଁଠାରେ ତିବ୍ର ବିରୋଧ କରାଉଛି । ବାକି ବିଶ୍ୱବିଦ୍ୟାଳୟରେ ମାମୁଲି ପ୍ରଦର୍ଶନ ଚାଲିଛି । ଶାହ ଆହୁରି ମଧ୍ୟ କହିଛନ୍ତି ନାଗରିକତା ଆଇନ୍ ମାଧ୍ୟମରେ କୌଣସି ଭାରତୀୟଙ୍କ ନାଗରିକତା ଯିବାର ନାହିଁ । ସେ ଯେକୌଣସି ଧର୍ମର ହେଉଥାଉ ପଛେ ଭାରତର ନାଗରିକ ହୋଇ ରହିବେ । ଶାହା କହିଛନ୍ତି ଯେ ମୁଁ ଦେଶର ସମସ୍ତ ଅଳ୍ପସଂଖ୍ୟମ ଭାଇ ଓ ଭଉଣୀମାନଙ୍କୁ କହିବାକୁ ଚାହୁଁଛି ଯେ, ଏହି ଆକ୍ଟରେ ଆପଣମାନଙ୍କ ଟିକେବି କ୍ଷତି ପହଞ୍ଚିବ ନାହିଁ । ଏହି ଆକ୍ଟ ନାଗରିକତା ଉଡାଇବ ନାହିଁ ନାଗରିକତା ଦେବ ବୋଲି ଶାହ ସ୍ପଷ୍ଟ କରିଛନ୍ତି ।
କନ୍ଦୁଝର: ଯାତ୍ରା ଦେଖି ଯାଇଥିବାବେଳେ ଘରୁ ଚୋରି। ଆନନ୍ଦପୁର ଥାନା ଚମର୍ଦା ଗାଁର ରମେଶ ଚନ୍ଦ୍ର ସାହୁଙ୍କ ପରିବାର ଗାଁ ରେ ଚାଲିଥିବା ଯାତ୍ରା ଦେଖିବାକୁ ଯାଇଥିବା ସମୟରେ ତାଙ୍କ ଘରୁ ନଗଦ ଟଙ୍କା ସହିତ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ ରମେଶ ପଦ୍ମପୁର ଗାଁରେ ଏକ ଅଳଙ୍କାର ଦୋକାନ କରି ଜୀବନ ଜୀବିକା ଚଳାଇଥାନ୍ତି। ତେବେ ଗତକାଲି ରାତିରେ ଚୋର ମାନେ ତାଙ୍କ ଘରୁ ୯ହଜାର ଟଙ୍କା ସମେତ ୮୦ ଗ୍ରାମ ରୁପା ଓ ୧୦ ଗ୍ରାମ ର ସୁନା ଗହଣା ଚୋରି ହୋଇଯାଇଛି। ଯାତ୍ରା ଅଧାରୁ ରମେଶ ଙ୍କ ବାପା ଘରକୁ ଆସିବାରୁ ଘର ର ଚାବି ଭଙ୍ଗା ହୋଇ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ଘଟଣା ର ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ହଷ୍ଟେଲରେ ଖାଇବାକୁ ମିଳୁନି, ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏମିତି ଅଭିଯୋଗ କରି ଜଣାଇବାକୁ 15 କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ୍ ଗଲେ ୧୪ ଛାତ୍ରଛାତ୍ରୀ । ରାୟଗଡା ଜିଲ୍ଲା ବଡରାଇସିଙ୍ଗ ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଚିତ୍ର ।
ବଡ଼ରାଇସିଙ୍ଗ ଆଶ୍ରମ ସ୍କୁଲ ଆବାସିକ ବିଦ୍ୟାଳୟର 14 ଜଣ ପିଲା ଚାଲି ଚାଲି ଯାଉଥିବାର ଦେଖାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ଦୀର୍ଘ ଦିନ ହେବ ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ଖାଇବା ପିଇବାରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଯାହାର ପ୍ରତିବାଦରେ ଆଜି ରାତି 4ଟାରୁ ଦୀର୍ଘ 15 କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ ଦେବା ନିମନ୍ତେ ଆସିଛନ୍ତି ପିଲା। ତେବେ ଆଶ୍ଚର୍ଯ୍ୟକର କଥା ହେଉଛି ରାତି ତମାମ ଛାତ୍ରମାନେ ହଷ୍ଟେଲ ଛାଡ଼ି ରାସ୍ତାରେ ଯାଇଥିଲେ। ବାଘ ଭୟ ଭିତରେ ରାତି ତମାମ ଜଙ୍ଗଲରେ ଚାଲିଥିଲେ ୧୪ଜଣ ଛାତ୍ର। ହଷ୍ଟେଲ ଛାଡ଼ି ୨୫ କିଲୋମିଟର ଦୂର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଛାତ୍ରମାନେ।
ଉକ୍ତ ହଷ୍ଟେଲରେ 100 ଜଣ ବାଳକ ଏବଂ 140 ବାଳିକା ହଷ୍ଟେଲରେ ରହି ପାଠ ପଢ଼ୁଥିବା ନେଇ କହିଛନ୍ତି ହଷ୍ଟେଲ ଛାତ୍ରଛାତ୍ରୀ । ସମସ୍ତ ଛାତ୍ରଛାତୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସେଠାରେ ରହୁଛନ୍ତି। ସେମାନଙ୍କ ଉପରେ ନିର୍ଯାତନା ଅସହ୍ୟ ହେବାରୁ ହଷ୍ଟେଲ ଛାଡ଼ି ଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ଆସିଥିବା କହିଛନ୍ତି। ଜିଲ୍ଲାପାଳ ଆସିବା ପରେ ଆମେ ଆମ କଥା ଜଣାଇବୁ ବୋଲି ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର