ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ବାସଭବନରୁ ଶାହଙ୍କ କାରକେଡ୍ ବାହାରିଥିଲା କଟକ ଅଭିମୁଖେ । ସ୍ଥାନେ ସ୍ଥାନେ ଶାହଙ୍କୁ ମିଳିଥିଲା ବିପୁଳ ସମ୍ବର୍ଦ୍ଧନା । ନଖରା ଛକରେ କିଛି ସମୟ ପାଇଁ ଅଟକି ଯାଇଥିଲା ଶାହଙ୍କ୍ କାରକେଡ୍ । ଯେଉଁଠି ପୁଷ୍ପଗୁଚ୍ଛ ଦେଇ ଶାହଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ଦଳୀୟ ନେତା ଓ କର୍ମୀ । ଶାହଙ୍କ ସ୍ବାଗତ ପାଇଁ କଟକ ଲିଙ୍କ୍ ରୋଡରେ ପାରମ୍ପରିକ ବାଦ୍ୟ ସହ ରାସ୍ତାର ଦୁଇ ପାଖରେ ଅପେକ୍ଷା କରିଥିଲେ ହଜାର ହଜାର ଲୋକ । କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ନେତାଜୀଙ୍କ ସ୍ମୃତିକୁ ବେଶ୍ ନିକଟତର ଅନୁଭବ କରିଥିଲେ ଶାହ । ନେତାଜୀଙ୍କ ଫଟୋ, ନେତାଜୀ ବ୍ୟବହାର କରିଥିବା ଖଟ, ସାମଗ୍ରୀ ଗୁଡିକୁ ଗୋଟି ଗୋଟି କରି ଦେଖିଥିଲେ ଶାହ ।
ଅପରାହ୍ନରେ ଭୁବନେଶ୍ବରରେ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରାଯାଇଥିଲା । ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଏହାପରେ ହୋଟେଲ ମେ ଫେୟାରରେ ମୋଦି @୨୦ ପୁସ୍ତକର ଉନ୍ମୋଚନ କରିଥିଲେ ଶାହ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।