ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର । ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ରାମନାଥ କୋବିନ୍ଦ ତାଙ୍କୁ ଦାଦା ସାହେବ ଫାଲକେ ପୁରଷ୍କାର ପ୍ରଦାନ କରିଛନ୍ତି । ଭାରତୀୟ ସିନେଜଗତର ଏହା ହେଉଛି ସର୍ବୋଚ୍ଚ ପୁରଷ୍କାର । ପୁରଷ୍କାର ଗ୍ରହଣ କରି ଖୁସି ବ୍ୟକ୍ତ କରିଛନ୍ତି ବିଗ୍ ବି ।
Watch LIVE as President Kovind presents Dadasaheb Phalke Award to Shri Amitabh Bachchan and hosts the winners of the National Film Awards 2018 at Rashtrapati Bhavan https://t.co/cedCpEDQTE
— President of India (@rashtrapatibhvn) December 29, 2019
ଏନେଇ ଅମିତାଭ ବଚ୍ଚନ କହିଛନ୍ତି, ପୁରଷ୍କାର ପାଇଁ ଯୋଗ୍ୟ ମନେକରିଥିବାରୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ତେବେ ଏହି ସ୍ୱତନ୍ତ୍ର ଉତ୍ସବରେ ଜୟା ବଚ୍ଚଚ, ଅଭିଶେକ ବଚ୍ଚନଙ୍କ ସମେତ ଅନ୍ୟ ବହୁ ବରିଷ୍ଠ ବ୍ୟକ୍ତିତ୍ୱ ଉପସ୍ଥିତ ରହିଥିଲ ।

