ଆଜାଦି ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସରକାର ଏହାର ନାମ ପରିବର୍ତ୍ତନ କରିଥିବା ବେଳେ ବିଭିନ୍ନ ମହଲରେ ଏହାକୁ ସ୍ବାଗତ କରାଯାଇଛି। ପ୍ରତ୍ୟେକ ବର୍ଷ ଏହି ଉଦ୍ୟାନ ଜନସାଧାରଣଙ୍କ ପାଇଁ ଖୋଲା ଯାଇଥାଏ। ଚଳିତ ବର୍ଷ ଅମୃତ ଉଦ୍ୟାନ ଜାନୁଆରୀ 31ରୁ ମାର୍ଚ୍ଚ 26ପର୍ଯ୍ୟନ୍ତ ପ୍ରତେହ ସକାଳ 10ଟାରୁ ଅପରାହ୍ନ 4ଟା ଯାଏ ଖୋଲା ରହିବ। ସେହିପରି କୃଷକଙ୍କ ପାଇଁ ମାର୍ଚ୍ଚ 28, ଭିନ୍ନକ୍ଷମଙ୍କ ପାଇଁ ମାର୍ଚ୍ଚ 29, ପ୍ରତିରକ୍ଷା ଅର୍ଦ୍ଧସାମରିକ ବଳ ଓ ପୋଲିସ ପାଇଁ ମାର୍ଚ୍ଚ 30, ଏବଂ ଆଦିବାସୀ ମହିଳାଙ୍କ ସ୍ବୟଂ ସହାୟକ ଗୋଷ୍ଠୀ ସହିତ ମହିଳାଙ୍କ ପାଇଁ ମାର୍ଚ୍ଚ 31ରେ ଅମୃତ ଉଦ୍ୟାନ ଖୋଲା ରହିବ।
ଭାରତ ଖବର ଆହୁରି ପଢ଼ନ୍ତୁ ।