ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହକୁ ପୋଲିସ ଖୋଜିବାକୁ ଚେଷ୍ଟା କରୁଥିବା ବେଳେ ଏବେ ସୁଦ୍ଧା ତାକୁ ଧରିବାରେ ସକ୍ଷମ ହୋଇ ନାହିଁ । ତେଣୁ ସେ ଏହି ସମୟ ଭିତରେ ନେପାଳରେ ଯାଇ ଲୁଚିଥିବାର ଆଶଙ୍କା କରାଯାଉଛି । ଭାରତ ସରକାର ନେପାଳ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଯଦି ସେ ଭାରତୀୟ ପାସପୋର୍ଟ ବା ଅନ୍ୟ କୌଣସି ଜାଲ ପାସପୋର୍ଟ ବ୍ୟବହାର କରି ବିଦେଶକୁ ଚାଲି ଯିବାକୁ ଚେଷ୍ଟା କରେ ତେବେ ତାକୁ ତୁରନ୍ତ ନେପାଳ ସରକାର ଗିରଫ କରି ନିଅନ୍ତୁ ।
ଅଧିକ ପଢନ୍ତୁ: ଖଲିସ୍ତାନୀ ଅମୃତପାଲ ଭୟଙ୍କର ଯୋଜନାରେ କରୁଥିଲା କାମ
ନେପାଳର ଜାତୀୟ ମିଡିଆ ରିପୋର୍ଟ ଅନୁସାରେ କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ଶନିବାର କନସୁଲାର ସେବା ବିଭାଗକୁ ପଠାଇଥିବା ପତ୍ରରେ ସରକାରୀ ଏଜେନ୍ସି ମାନଙ୍କୁ ଅନୁରୋଧ କରିଛି ଯେ ଯଦି ଅମୃତପାଲ ନେପାଳରୁ ପଳାୟନ କରିବାକୁ ଚେଷ୍ଟା କରନ୍ତି। ତେବେ ତାଙ୍କୁ ତୁରନ୍ତ ଗିରଫ କରାଯାଉ।
ଭାରତ ସରକାରଙ୍କ ପକ୍ଷରୁ ନେପାଳ ସରକାରଙ୍କୁ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ – ସମ୍ମାନିତ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଉଛି ଯେ ସେ ଇମାଇଗ୍ରେସନ ବିଭାଗକୁ ସୂଚିତ କରନ୍ତୁ ଯେ ଅମୃତପାଲକୁ କୌଣସି ତୃତୀୟ ଦେଶକୁ ଯିବାକୁ ଅନୁମତି ଦିଆ ନ ଯାଉ ।
ଅଧିକ ପଢନ୍ତୁ: ଅମୃତପାଲ ଗଲା କୁଆଡେ, କେହି ଜାଣି ନାହାନ୍ତି
ନେପାଳର ଜାତୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଅମୃତପାଲ ସିଂହର ସମସ୍ତ ବ୍ୟକ୍ତିଗତ ବିବରଣୀ ନେପାଳର ହୋଟେଲ ଠାରୁ ଆରମ୍ଭ କରି ଏୟାରଲାଇନ୍ସ ଯାଏ ସମସ୍ତ ସମ୍ପର୍କିତ ଏଜେନ୍ସିମାନଙ୍କୁ ପଠାଇ ଦିଆଯାଇଛି । ଅମୃତପାଲ ସିଂହ ନିକଟରେ ଅଲଗା ଅଲଗା ପରିଚୟ ବିଶିଷ୍ଟ ପାସପୋର୍ଟ ଥିବା କୁହାଯାଉଛି । ସେ ଗତ ମାର୍ଚ୍ଚ ମାସ 18 ତାରିଖରୁ ଫେରାର ରହିଛି ।
ଉଲ୍ଲେଖନୀୟ ଯେ, ଅମୃତପାଲଙ୍କ ଶାର୍ପ ଶୁଟରକୁ ପୋଲିସ ଗିରଫ କରି ସାରିଛି । ତାର ଶାର୍ପ ଶୁଟରର ନାମ ବରିନ୍ଦର ସିଂହ ବୋଲି ଜଣା ପଡିଛି । ତାଙ୍କୁ ଗିରଫ କରିବା ପରେ ଆସାମର ଦିବ୍ରୁଗଡ ଜେଲ ପଠାଇ ଦିଆଯାଇଛି।
ଅଧିକ ଭାରତ ଖବର ପଢ଼ନ୍ତୁ