ଅଧିକ ପଢ଼ନ୍ତୁ: କୁଆଡେ ଗଲା ଫେରାର ଅମୃିତପାଲ ?
ଏପରିକି ଧରାପଡ଼ି ଜେଲ୍ ଯିବାକୁ ମଧ୍ୟ ସେ ଡରେନାହିଁ ବୋଲି ଧମକ ଦେଇଛି । ସେପଟେ ପଂଜାବର ଅମୃତସର କିମ୍ବା ଆଖପାଖରେ କୋଉଠି ଥିବା ସନ୍ଦେହରେ ଆଜି ପୁଲିସ୍ ସହରର କେତେକ ସ୍ଥାନରେ ନାକାବନ୍ଦୀ କରି ତଲାସ କରିବାରେ ଲାଗିଛି । ଅନ୍ୟପକ୍ଷରେ ଅମୃତପାଲ ସିଂହ ସହ ସିରୋମଣି ଗୁରୁଦ୍ବାର ପ୍ରବନ୍ଧନ କମିଟିର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଏହାର ସାଧାରଣ ସମ୍ପାଦକ ଗୁରୁଚରଣ ସିଂହ ଗ୍ରେଓ୍ବାଲ୍ ।