ମୁଜ୍ ୱାଲା କଂଗ୍ରେସ ଟିକେଟରେ ମାନସାରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କୁ ଆମ୍ ଆଦମୀ ପାର୍ଟିର ଡକ୍ଟର ବିଜୟ ସିଙ୍ଗଲା ପରାସ୍ତ କରିଥିଲେ। ପଞ୍ଜାବୀର ଜଣାଶୁଣା ଗାୟକ ସିଦ୍ଧୁ ମୁସେୱାଲାଙ୍କୁ କିଛି ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି। ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁରେ ତାଙ୍କ ପ୍ରଶଂସକମାନଙ୍କ ସହ ସେଲେବ୍ମାନେ ମର୍ମାହତ ହୋଇଛନ୍ତି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ଘଟଣାରେ ନୂଆ ଖୁଲାସା

ଅର୍ଗସ ବ୍ୟୁରୋ: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ଘଟଣାରେ ନୂଆ ଖୁଲାସା। ସିଦ୍ଧୁଙ୍କୁ ହତ୍ୟା କରିବାକୁ ବ୍ୟବହାର ହୋଇଥିଲା AN 94 ଋଷିଆନ୍ ଆସଲ୍ଟ ରାଇଫଲ୍। ସିଦ୍ଧୁଙ୍କ ଉପରକୁ ଆକ୍ରମଣ କରିଥିଲେ ୮ ରୁ ୧୦ ଆକ୍ରମଣକାରୀ। ମୁଜୱାଲା ସିଦ୍ଧୁ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି। ଏହା ଏକ ରାଜନୈତିକ ହତ୍ୟା ବୋଲି ଆପ ସରକାରଙ୍କୁ ଦେଷାରୋପ କରିଛନ୍ତି ପଂଜାବ କଂଗ୍ରେସ ନେତା। ପଞ୍ଜାବ ସରକାର ମୁଜୱାଲାଙ୍କ ସୁରକ୍ଷା ପ୍ରତ୍ୟାହାର କରିବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି। ଗତ ବର୍ଷ ନଭେମ୍ବରରେ ମୁଜ୍ ୱାଲା କଂଗ୍ରେସରେ ଯୋଗ ଦେଇଥିଲେ।
Download Argus News App
