ବୈଜ୍ଞାନିକମାନେ ମଧ୍ୟ ଏହା ପଛର ରହସ୍ୟ ଖୋଜିବାରେ ଅସମର୍ଥ ହେଉଛନ୍ତି । ଗତ ଅର୍ଦ୍ଧ ଶତାବ୍ଧି ମଧ୍ୟରେ ଜୁନ ୨୦୨୨ କୁ ସବୁଠୁ ଛୋଟ ଦିନ ହିସାବରେ ଗଣନା କରାଯାଇଥିଲା । କିନ୍ତୁ ଏହାପରେ ଦିନ ରହସ୍ୟମୟ ଭାବରେ ବଢିବାକୁ ଲାଗିଛି । ଏଥିସହ ପୃଥିବୀର ଗତି ଧିର ହେବାରେ ଲାଗିଛି । ପୃଥିବୀ ୨୪ ଘଣ୍ଟାରେ ଲଗାଉଥିବା ଚକ୍କର ଏବେ ୨୪ ଘଣ୍ଟାରୁ ଅଧିକ ସମୟ ଲାଗୁଛି । ତେବେ ଏପରି ପରିବର୍ତ୍ତନ କୋଟି କୋଟି ବର୍ଷ ପରେ ଦେଖିବାକୁ ମିଳିଥାଏ । କିନ୍ତୁ ଏତେ ଶୀଘ୍ର ହେଉଥିବା ଏହି ପରିବର୍ତ୍ତନ ଏବେ ଚିନ୍ତାର ବିଷୟ ପାଲଟିଛି ।
ଏହା ପଛର କାରଣ ଭୂମିକମ୍ପ , ଝଡ ହେବା ନେଇ ଆଶଙ୍କା କରାଯାଉଥିବା ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି । ଭୂମିକମ୍ପ କମ ସମୟ ପାଇଁ ହେଲେ ମଧ୍ୟ ଏହା ପୃଥିବୀର ଗତିକୁ ପ୍ରଭାବିତ କରିଥାଏ । ଯେପରି ୨୦୧୧ ଜାପାନରେ ହୋଇଥିବା ଭୂମିକମ୍ପର ତୀବ୍ରତା ୮.୯ ଥିଲା, ଯାହା ପୃଥିବୀର ଗତି ୧.୮ ମିଲି ସେକେଣ୍ଡସ ବଢାଇ ଦେଇଥିଲା । ଏପରି କିଛି ପ୍ରାକୃତିକ ବିପର୍ଯ୍ୟୟ ପୃଥିବୀର ଗତିକୁ ପ୍ରଭାବିତ କରେ । ହେଲେ ଏପର୍ଯ୍ୟନ୍ତ ଏ ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ । ତେବେ ପରିସ୍ଥିତି ଆଗକୁ ଭୟାବହ ହେବା ନେଇ ଆଶଙ୍କା କରାଯାଉଛି ।
ବିଦେଶ ଖବର ଆହୁରି ପଢନ୍ତୁ ।