NVS-୦୧ର ସଫଳ ଉତ୍କ୍ଷେପଣ
କୋଭିଡ-19ରେ ମୃତ୍ୟୁ ହେବାର ପୂର୍ବାନୁମାନ କରିବ ଅନଲାଇନ୍ କାଲକୁଲେଟର
ଅର୍ଗସ ବ୍ୟୁରୋ : ସାରା ବିଶ୍ଵରେ କୋରୋନା ଆତଙ୍କ। ଏହି ମହାମାରୀ କୋରୋନା ଭୂତାଣୁ ବିଶ୍ଵବ୍ୟାପି ହୁ ହୁ ହୋଇ ମାଡ଼ି ଚାଲିଛି। ଏହି ମହାମାରୀକୁ କାବୁ କରିବାକୁ ଏଯାଏଁ ଟୀକା ବାହାରି ନଥିବା ବେଳେ କେବେ ବାହାରିବ ସେନେଇ ବୈଜ୍ଞାନିକମାନେ ସୁନିଶ୍ଚିତ କରିପାରୁ ନାହାଁନ୍ତି। ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତ ମଧ୍ୟରେ ୟୁନିଭରସିଟି କଲେଜ ଅଫ ଲଣ୍ଡନର ବ୍ରିଟିଶ୍ ଅନୁସନ୍ଧାନକାରୀମାନେ ଏକ ଏଭଳି ଅନଲାଇନ କାଲକୁଲେଟର ବିକଶିତ କରିଛନ୍ତି ଯାହା ସାହାଯ୍ୟରେ କୋଭିଡ଼-19 ରେ ମୃତ୍ୟୁ ହେବାର ପୂର୍ବାନୁମାନ କରିବ। ବୟସ, ଲିଙ୍ଗ ଏବଂ ଅନ୍ତର୍ନିହିତ ରୋଗ ପରି କାରକ ଉପରେ ଆଧାର କରି ଏହି ଅନଲାଇନ୍ ଉପକରଣ ଏକ ବର୍ଷର ମୃତ୍ୟୁ ହାର ପୂର୍ବାନୁମାନ କରିବ। ଏହା ସଂକ୍ରମଣର ବିପଦକୁ ଗଣନା କରିବା ସହ ତଥା ସ୍ୱାସ୍ଥ୍ୟ ସେବାରେ ସାମ୍ପ୍ରତିକ ଷ୍ଟ୍ରେନ୍ ପରି ପରୋକ୍ଷ ଉପାଦାନଗୁଡ଼ିକୁ ମଧ୍ୟ ହିସାବ କରିବ।
ଅନୁସନ୍ଧାନକାରୀମାନେ ଏ ନେଇ କହିଛନ୍ତି ଯେ, ଆସନ୍ତା ଏକ ବର୍ଷ ମଧ୍ୟରେ ବ୍ରିଟେନରେ 37,000 ରୁ 73,000ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇପାରେ ବୋଲି ଅଧ୍ୟୟନରୁ ଜଣା ପଡ଼ିଛି। ଏହି ଅଧ୍ୟୟନ ଦି ଲାନସେଟ୍ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଅନୁସନ୍ଧାନକାରୀମାନେ ଆକଳନ କରି କହିଛନ୍ତି ଯେ, କେବଳ ବ୍ରିଟେନରେ ଏଭଳି ପ୍ରାୟ 8.4 ନିୟୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ କରୋନା ଭୂତାଣୁ ସଂକ୍ରମଣଠାରୁ ସମ୍ପୂର୍ଣ୍ଣ ଭାବରେ ଅସୁରକ୍ଷିତ । କୌଣସି ସମୟରେ ବି ମହାମାରୀ କୋରୋନା ଭୂତାଣୁ ସେମାନଙ୍କୁ କବଳିତ କରିପାରେ।
Download Argus News App
