ବିଜନେସ ଟାଇକୁନ୍ ମୁକେଶ ଅମ୍ବାନୀ। କୋଟି କୋଟି ଟଙ୍କାର ମାଲିକ। ତଥାପି କାଳିଆ ଦିଅଁଙ୍କୁ ହୃଦୟରେ ଥାପିଛନ୍ତି। ସେଥିପାଇଁ ପୁଅ ବାହାଘର ପୂର୍ବରୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିବାକୁ ଆସୁଛନ୍ତି ବୋଲି ଜଣାପଡିଛି। ଆଜି ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ଅନନ୍ତ। ଏଥିଲାଗି ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଭୁବନେଶ୍ଵର ପହଞ୍ଚିବା ପରେ ସଧା ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଦର୍ଶନ ପରେ ମହାପ୍ରଭୁଙ୍କୁ ଆଶିଷ ଭିକ୍ଷା କରି ସେଠାରୁ ସେ ଭୁବନେଶ୍ଵର ଫେରି ମୁମ୍ବାଇ ଯିବେ ବୋଲି ସୂଚନା ମିଳିଛି । ଗତକାଲି ଗୁୱାହାଟିର କାମାକ୍ଷା ପୀଠ ଯାଇ ଦର୍ଶନ କରିଥିଲେ ଅନନ୍ତ ।
ଗତ କିଛିଦିନ ତଳେ ରାଜସ୍ଥାନର ଶ୍ରୀନାଥଜୀ ମନ୍ଦୀରରେ ବାଲ୍ୟବନ୍ଧୁ ରାଧିକା ମର୍ଚ୍ଚାଣ୍ଟଙ୍କ ସହ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ସମ୍ପର୍ଣ୍ଣ ହୋଇଥିଲା। ରାଧିକା ହେଉଛନ୍ତି ଉଦ୍ୟୋଗପତି ବିରେନ ମର୍ଚ୍ଚାଣ୍ଟ ଏବଂ ଶୈଳାଙ୍କ ଝିଅ। ୨୦୧୮ରେ ଉଭୟଙ୍କର ଏକ ଫଟୋ ଭାଇରାଲ୍ ହୋଇଥିଲା । ସେବେଠୁ ଦୁହିଁଙ୍କ ସମ୍ପର୍କ ଲୋକଲୋଚକୁ ଆସିଥିଲା। ଏହି ନିର୍ବନ୍ଧ ସମାରୋହରେ ଉଭୟ ପରିବାର ସମସ୍ତ ସଦସ୍ୟ ଏବଂ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ବିବାହ ତାରିଖ ସ୍ଥିର ହେବାପରେ ଏବେ ଅନନ୍ତ ଭାରତର ବିଭିନ୍ନ ତୀର୍ଥସ୍ଥାନକୁ ଯାଇ ଦିଅଁ ଦର୍ଶନ କରୁଛନ୍ତି। ଏହି କ୍ରମରେ ସେ ଆଜି ଶ୍ରୀକ୍ଷେତ୍ର ଆସୁଛନ୍ତି ବୋଲି କୁହାଯାଉଛି।
ଭାରତ ଖବର ଆହୁରି ପଢନ୍ତୁ