ଇସଲାମିକ କଟ୍ଟରପନ୍ଥୀ ସଂସ୍ଥା ପିଏଫଆଇର ଆତଙ୍କବାଦୀ ମାନଙ୍କ ଦ୍ୱାରା ପ୍ରବୀଣ ନେଟାରୁଙ୍କୁ ଅତ୍ୟନ୍ତ ନୃଶଂସତାର ସହ ହତ୍ୟା କରାଯାଇଥିଲା । ଏହା ପରେ ତତ୍କାଳୀନ ବିଜେପି ସରକାର ତାଙ୍କର ବିଧବା ପତ୍ନୀ ନୂତନ କୁମାରୀଙ୍କୁ ଅସ୍ଥାୟୀ ଭାବେ ଚାକିରୀ ଦେଇଥିଲେ । ଏବେ କଂଗ୍ରେସ ସରକାର ଆସିବା ମାତ୍ରେ ହିଁ ତାଙ୍କୁ ଚାକିରୀରୁ ବାହାର କରି ଦେଇଛି ।
ଆନ୍ଧ୍ର ପ୍ରଦେଶର ବିଜେପିର ସାଧାରଣ ସମ୍ପାଦକ ବିଷ୍ଣୁ ବର୍ଦ୍ଧନ ରେଡ୍ଡୀ ଟ୍ୱିଟ କରି କର୍ଣ୍ଣାଟକ ସରକାରଙ୍କ ଏହି ନିଷ୍ପତିକୁ ସମାଲୋଚନା କରିଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ – ପ୍ରବୀଣ ନେଟାରୁଙ୍କ ନୃଶଂସ ହତ୍ୟା ପରେ ତାଙ୍କର ସ୍ତ୍ରୀଙ୍କୁ ସରକାରୀ ଚାକିରୀ ଦିଆଯାଇଥିଲା । କ୍ଷମତାରେ ଆସିବା ପରେ କଂଗ୍ରେସ ସରକାର ସଙ୍ଗେ ସଙ୍ଗେ ନେଟାରୁଙ୍କ ବିଧବା ପତ୍ନୀଙ୍କୁ ଚାକିରୀରୁ ବାହାର କରି ଦେଇଛି । ଏହା ଜଣେ ବିଧବାଙ୍କ ପ୍ରତି କଂଗ୍ରେସର କ୍ରୁରତା ଓ ପିଏଫଆଇ ପ୍ରତି କଂଗ୍ରେସର ପ୍ରେମକୁ ସ୍ପଷ୍ଟ କରୁଛି । ଅନ୍ୟ ପକ୍ଷରେ ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ବଳିଦାନୀ ପ୍ରବୀଣ ନେଟାରୁଙ୍କ ପତ୍ନୀଙ୍କୁ ଦିଆଯାଇଥିବା ଚାକିରୀକୁ ରବ୍ଦ କରିଥିବାରୁ ସିଦ୍ଧରମେୟା ସରକାରଙ୍କୁ ଲଜ୍ଜା ଲାଗିବା ଦରକାର । ବ୍ୟାନ ଲାଗିବା ପୂର୍ବରୁ ପିଏଫଆଇର ଗୁଣ୍ଡା ମାନେ ତାଙ୍କୁ ହତ୍ୟା କରି ଦେଇଥିଲେ । ଯେତେବେଳେ ଆପଣଙ୍କୁ ଲାଗିବ ଯେ କଂଗ୍ରେସ ଏହା ଠାରୁ ତଳକୁ ଖସି ପାରିବ ନାହିଁ, ସେତିକି ବେଳେ କଂଗ୍ରେସ ତା ଠାରୁ ତଳକୁ ଖସିଯିବ ।
ଏଠାରେ ଉଲ୍ଲେଖ କରାଯାଇ ପାରେ ପିଏଫଆଇ 2047 ମସିହା ସୁଦ୍ଧା ସମ୍ପୂର୍ଣ୍ଣ ଭାରତକୁ ଇସଲାମୀ ଦେଶରେ ପରିଣତ କରିବା ଲକ୍ଷ୍ୟକୁ ନେଇ କାମ କରୁଛି । ଏ ସମ୍ପର୍କିତ ସଂଗଠନର ଭିଜନ ଡକ୍ୟୁମେଣ୍ଟରୁ ତାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସ୍ପଷ୍ଟ ହୋଇ ସାରିଛି । କର୍ଣ୍ଣାଟକ ଓ କେରଳରେ ପିଏଫଆଇ ଦ୍ୱାରା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଅନ୍ୟ ହିନ୍ଦୁବାଦୀ ସଂଗଠନର ସଦସ୍ୟ ମାନଙ୍କୁ ହତ୍ୟା କରାଯାଇଛି । ତେବେ ମୋଦୀ ସରକାର ଏହି ସଂଗଠନ ବିରୁଦ୍ଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରି ଏହାର ପ୍ରମୁଖ ନେତା ମାନଙ୍କୁ ଗୋଟିଏ ଦିନରେ ଗିରଫ କରିବା ସହ ଏହି ସଂଗଠନ ଉପରେ ବ୍ୟାନ ଲଗାଇ ଦେଇଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର