ନେରିଡ଼ି ବଲସା ଗାଁ ଓଡ଼ିଶା ସୀମାନ୍ତ କୋଟିଆ ଗ୍ରାମପୁଞ୍ଜର । ନେରିଡ଼ି ବାଲାଶାରେ ଆନ୍ଧ୍ର ପକ୍ଷରୁ ବିଭିନ୍ନ ଯୋଜନା ଆରମ୍ଭ ହୋଇଥିଲେ ବି ସ୍ଥାନୀୟ ପ୍ରଶାସନ ଏନେଇ ଚୁପ୍ ବସିଛି । ସେପଟେ କୋଟିଆ ଲୋକଙ୍କ YSR ବୀମା ଯୋଜନାରେ ସାମିଲ୍ କରିବାକୁ ଆନ୍ଧ୍ର ଲୋଭ ଦେଖାଇଥିବା ଅଭିଯୋଗ ହୋଇଛି ।
ଓଡ଼ିଶା ସୀମାରେ ଲୁଚିଛପି ପଶିଲେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ

କୋରାପୁଟ: ପୁଣି ଆନ୍ଧ୍ରର ଦାଦାଗିରି । ଓଡ଼ିଶା ସୀମାରେ ଲୁଚିଛପି ପଶିଲେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ । ବିବାଦୀୟ କୋଟିଆର ନେରିଡ଼ି ବାଲଶାରେ ଶତାଧିକ ଲୋକଙ୍କ ଉପସ୍ଥିତିରେ ପଶିଛନ୍ତି । ଆନ୍ଧ୍ରର ବିଭିନ୍ନ ଯୋଜନା ନେଇ ଲୋକଙ୍କୁ ବୁଝାଇଛନ୍ତି । ଆନ୍ଧ୍ର ସରକାରଙ୍କ ନବରତ୍ନ ଯୋଜନାରେ ବିବାଦୀୟ କୋଟିଆରେ ଥିବା ନେରିଡ଼ି ବାଲଶା ବାସିନ୍ଦାଙ୍କୁ ସାମିଲ କରିଛନ୍ତି ଆନ୍ଧ୍ରପ୍ରଦେଶର ନୂଆ ଜିଲ୍ଲା ପାର୍ବତୀପୁରମ ମାନ୍ୟମର ବିଧାୟକ ରାଜନା ଦରା ।
OUAT ରେ ହାତୀ କଙ୍କାଳର ଚାଲିଛି ଫରେନସିକ୍ ଟେଷ୍ଟ
କଟକ: ଓୟୁଏଟିକୁ ଆସିଥିବା 3 ହାତୀ କଙ୍କାଳର ଚାଲିଛି ଫରେନସିକ ଟେଷ୍ଟ । 15 ଦିନ ହେଲା ଚାଲିଛି ପରୀକ୍ଷା । ପରୀକ୍ଷାରୁ ହାତୀର ଲିଙ୍ଗ, ବୟସ ଓ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ହାତୀର ଶବ ଗଳିତ ହୋଇଥିବାରୁ ସବୁକିଛି ନିରୂପଣ ପାଇଁ ଲାଗୁଛି ସମୟ । ଆଉ 7 ଦିନ ଭିତରେ ଆସିବ ପୂର୍ଣ୍ଣାଙ୍ଗ ରିପୋର୍ଟ । ଗତକାଲି ଆଠଗଡ଼ ବନଖଣ୍ଡରୁ ଉଦ୍ଧାର ହୋଇଥିବା ହାତୀ କଙ୍କାଳର ନମୁନ
Download Argus News App
