ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ନିକଟରେ ଭାରତକୁ ଆସିଥିଲେ ନା ପୂର୍ବରୁ ଏଠାରେ ରହୁଥିଲେ, ତା’ର ସୂଚନା ଜଣାପଡ଼ିନି। ଏବେ ପ୍ରଶାସନ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି। ଦିନକୁ ଦିନ ମଙ୍କିପକ୍ସ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଲୋକେ ରହୁଛନ୍ତି।
ବଢ଼ୁଛି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା, ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି

ଅର୍ଗସ ବ୍ୟୁରୋ: ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ। ଏହାକୁ ମିଶାଇ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ବୁଧବାର ଦିଲ୍ଲୀରେ ରହୁଥିବା ଜଣେ ୩୧ ବର୍ଷୀୟ ନାଇଜେରିଆ ମହିଳାଙ୍କ ଶରୀରରୁ ଏହି ମଙ୍କିପକ୍ସ ଭୂତାଣୁ ଠାବ ହୋଇଛି। ଭାରତରେ କୌଣସି ମହିଳାଙ୍କ ଠାରୁ ମଙ୍କିପକ୍ସ ଭୂତାଣୁ ଠାବ ହେବା ଏହା ପ୍ରଥମ ଘଟଣା। ସେ ଏଲଏନଜେପି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଜ୍ୱର ହେବା ସହ ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗ ଫୁଲିଥିଲା। ଏଥିପାଇଁ ସେ ନିଜ ଆଡ଼ୁ ହସ୍ପିଟାଲ ଆସି ନମୁନା ପରୀକ୍ଷା କରିଥିଲେ।
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
