ଗତକାଲି ୟୁକ୍ରେନର ଖାରକିଭ୍ରେ ନବୀନ ନାମକ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା। ଖାଇବା ପାଇଁ ଏକ ଲାଇନରେ ଛିଡା ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଋଷର ଆକ୍ରମଣ ବେଳେ ବୋମାମାଡରେ ଛାତ୍ରଜଣଙ୍କ ପ୍ରାଣ ହରାଇଥିଲେ। ଜନୈକ ଋଷର ବାସିନ୍ଦା ସେହି ଛାତ୍ରଙ୍କର ମୋବାଇଲ ନେଇ ଆଉ ଜଣେ ଭାରତୀୟଙ୍କୁ ଦେବା ପରେ ଏହା ସ୍ପଷ୍ଟ ହୋଇଥିଲା। ଛାତ୍ରଜଣକ ଖାରକିଭରେ ମେଡିକାଲ ପଢୁଥିଲେ। ତାଙ୍କ ଘର କର୍ଣ୍ଣାଟକରେ। ବୈଦେଶିକ ମନ୍ତ୍ରଣାଳୟ ଏନେଇ ସ୍ପଷ୍ଟ କରିଥିଲା।
୨୪ଘଣ୍ଟାରେ ୟୁକ୍ରେନ ଉପରେ ବଡଧରଣର ଆକ୍ରମଣ ଆଶଙ୍କା। ଏବେ ବି ୧୩ହଜାର ଭାରତୀୟ ଫସି ରହିଛନ୍ତି। ସେପଟେ ମୃତ ଛାତ୍ରଙ୍କ ପରିବାରଲୋକଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ୟୁକ୍ରେନ ଉପରେ ଆକ୍ରମଣ ପରେ ଭାରତୀୟ ନାଗରିକଙ୍କୁ ସୁରକ୍ଷାକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି।