ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଓଡ଼ିଶାର ଆକାଶ ସମ୍ପୁର୍ଣ୍ଣ ମେଘୁଆ ରହିଛି । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାପାଇଁ ମନା କରାଯାଇଛି । ବର୍ତ୍ତମାନ ମଧ୍ୟ ଉପକୂଳ ଓଡିଶାରେ ୫୦ ରୁ ୬୦ ପବନ ହେଉଛି । ଆଜି ପାଗରେ ପରିବର୍ତ୍ତନ ହେବ । ୧୭ ରୁ ୧୮ ତାରିଖରେ ପୁଣି ଓଡ଼ିଶାରେ ଆଉ ଏକ ଲଘୁଚାପ ହେବାନେଇ ଆଇଏମଡି ଡିଜି ସୂଚନା ଦେଇଛନ୍ତି ।
ଲଘୁଚାପ ନସରୁଣୁ ଆସୁଛି ପୁଣି ଏକ ଲଘୁଚାପ,୧୭ରୁ ପୁଣି ଛେଚିବ ବର୍ଷା !
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ଓ ଏବେ ଗଭୀର ଅବପାତରେ ପରିଣତ ହେଇସାରିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ଅବପାତରେ ପରିଣତ ହେବା ପରେ ଏହା ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଥିଲା। ଏବେ ଏହା ଗଭୀର ଅବପାତର ରୂପ ନେଇ ଚାନ୍ଦବାଲି ଦେଇ ଅତିକ୍ରମ କରିସାରିଛି । ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହେଉଛି।
Download Argus News App
