ନୂଆଦିଲ୍ଲୀ: ପୁଣି ଜଣେ ଚୀନ ବୈଜ୍ଞାନିକଙ୍କ ବଡ଼ ଖୁଲାସା । ଚୀନ ବିରୁଦ୍ଧରେ ଆଣିଲେ ସଙ୍ଗୀନ ଅଭିଯୋଗ । କରୋନା ଭାଇରସ୍କୁ ନେଇ ଖୋଲିଲେ ଚୀନର ପୋଲ । ଚୀନର ଜଣେ ବରିଷ୍ଠ ବୈଜ୍ଞାନିକ କରୋନା ଭାଇରସ୍ର ସୃଷ୍ଟି ପୂର୍ବରୁ ରିସର୍ଚ୍ଚ କରି ତଥ୍ୟ ସଂଗ୍ରହ କରିଥିଲେ । ଅନ୍ୟ ବୈଜ୍ଞାନିକ ଓ ଚୀନ ସରକାର ତାଙ୍କ ତଥ୍ୟ ଉପରେ ଗୁରୁତ୍ୱ ଦେଇନଥିଲେ । ଯାହାଦ୍ୱାରା ଏବେ ସାରା ବିଶ୍ୱ ରକ୍ଷା ପାଇପାରିଥାନ୍ତା । ଏଭଳି ଅଭିଯୋଗ କରିଛନ୍ତି ବୈଜ୍ଞାନିକ ଲି ମେଙ୍ଗ ୟାନ ।
ଚଳିତ ବର୍ଷ ଏପ୍ରିଲ 20ରେ ଲି ମେଙ୍ଗ ଆମେରିକା ଲୁଚି ପଳାଇଥିଲେ । ଲି ମେଙ୍ଗ ୟାନ ହଙ୍ଗକଙ୍ଗର ସ୍କୁଲ ଅଫ ପବ୍ଲିକ୍ ହେଲ୍ଥରେ ଭାଇରୋଲୋଜି ଓ ଇମ୍ୟୁନୋଲୋଜିରେ ଏକ୍ସପର୍ଟ ଭାବେ କାର୍ଯ୍ୟ କରୁଥିଲେ । ସେଠାରୁ ଲୁଚି ଆସିବା ବେଳେ ସେ ବହୁ ସାବଧାନତା ଅବଲମ୍ବନ କରିଥିଲେ ବୋଲି କହିଛନ୍ତି ଲି । ଯଦି ସେ ଧରାପଡ଼ିଯାଇଥାନ୍ତେ ତେବେ ତାଙ୍କୁ ଜେଲରେ ଭର୍ତ୍ତି କରିଦେଇଥାନ୍ତେ କିମ୍ବା ଗାଏବ କରିଦେଇଥାନ୍ତେ ବୋଲି କହିଛନ୍ତି ଲି ୟାନ ।
ଆମେରିକାର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କହିଛନ୍ତି ଚୀନ ସରକାର ଏବେ ତାଙ୍କୁ ଚୁପ କରିବାକୁ ଚାହୁଁଛି । ସେଥିପାଇଁ ସାଇବର ଆଟାକ କରିବାକୁ ଚେଷ୍ଟା କରୁଛି ଚୀନ । ତେଣୁ ସେ ଏକ ଅଜ୍ଞାତ ସ୍ଥାନରେ ବାସ କରୁଛନ୍ତି । ଲି ଆହୁରି ମଧ୍ୟ କହିଛନ୍ତି ସେ ଏବେ ବହୁତ ଭୟରେ ଅଛନ୍ତି । କାରଣ ତାଙ୍କ ଜୀବନ ପ୍ରତି ବିପଦ ଅଛି ଓ ସେ ଆଉ କେବେ ତାଙ୍କ ପରିବାର ପାଖକୁ ଫେରି ପାରିବେନି । ଯଦି ସେ କରୋନା ସହ ଜଡ଼ିତ କିଛି ସତ୍ୟ ସମ୍ପର୍କରେ କହିଥାନ୍ତେ ତେବେ ତାଙ୍କୁ ହତ୍ୟା କରିଦେଇଥାନ୍ତେ ବୋଲି କହିଛନ୍ତି ଲି ମେଙ୍ଗ ୟାନ ।
2019 ଡିସେମ୍ବରରେ ଚୀନ ସରକାର କରୋନା ଉପରେ ରିସର୍ଚ୍ଚ କରିବା ଉପରେ ରୋକ ଲଗାଇଦେଇଥିଲେ । ଏହାପରେ ଲି ଅନ୍ୟ ସୋର୍ସରୁ କରୋନା ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥିଲେ । ଚୀନରେ ବଡ଼ ହୋଇଥିବା ଲି ମେଙ୍ଗ ୟାନ ରିସର୍ଚ୍ଚ କରି ଡିସେମ୍ବର 2019ରେ ଜାଣିବାକୁ ପାଇଥିଲେ କରୋନା ଭାଇରସ୍ ମଣିଷରୁ ମଣିଷ ପାଖକୁ ବ୍ୟାପିବ । କିନ୍ତୁ ଏନେଇ ଚୀନ କି ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ ବିଶ୍ୱକୁ ଅବଗତ କରାଇନଥିଲେ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଲି ମେଙ୍ଗ ୟାନ । କେବଳ ସେତିକି ନୁହେଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଯେ, ଚୀନ ଅନୁସାରେ କରୋନା ଭାଇରସ୍ ମଣିଷ ପାଖରୁ ମଣିଷକୁ ବ୍ୟାପିବ ନାହିଁ । ଚୀନ ସମେତ ଡବ୍ଲୁଏଚଓକୁ ବି ଦାୟୀ କରିଛନ୍ତି ଲି ମେଙ୍ଗ ୟାନ ।
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବାପା-ପୁଅ । ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀ ଓ ପୁଅ ଭୁବନେଶ୍ବର RWSSର ଜୁନିଅର ଇଞ୍ଜିନିୟର ସୁନୀଲ ପାଢ଼ୀଙ୍କ ଘରେ ଭିଜିଲାନ୍ସ ରେଡ୍ । ୫ଟି ସ୍ଥାନରେ ଏକକାଳୀନ ରେଡ୍ । ଆଜି ସକାଳେ ଭିଜିଲାନ୍ସ ଟିମ୍ ସୁନୀଲଙ୍କ ଘର କବାଟ ନକ୍ କଲା ବେଳେ, ବାଲକୋନିକୁ ଯାଇ ସାଇଡ୍ ବିଲଡିଂକୁ ଡେଇଁ ପଳାଇଥିଲେ ଇଂଜିନୟର ସୁନୀଲ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ ।
ଅଧିକ ପଢନ୍ତୁ : ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀଙ୍କ ବାସଭବନରେ ଚଢାଉ
ଜୁନିଅର ଇଂଜିନିୟର ସୁନୀଲ କୁମାର ପାଢ଼ୀଙ୍କ ଯାଗମରାରେ ଥିବା ପାଢ଼ୀ ଭିଲା ସମେତ ଭୁବନେଶ୍ବର RWSS ଅଫିସ, ଆସ୍କାର ପୈତୃକ ଘରେ ଚାଲିଛି ରେଡ୍ । ସେପଟେ ସୁନାମସାହି ଓ ଆସିକା ବସ୍ଷ୍ଟାଣ୍ଡ ନିକଟରେ ଭିଜିଲାନ୍ସର ଦୁଇଟି ଟିମର ଚଢ଼ାଉ କରିଛି । ସାହିରେ ଥିବା ଜଗବନ୍ଧୁଙ୍କ ଘରେ ଚଢ଼ାଉ ହେଉଛି । ଜଗବନ୍ଧୁ ଜଣେ ରିଟାର୍ଡ ରେଞ୍ଜର ହୋଇଥିବା ବେଳେ କଟକ ଓ ବ୍ରହ୍ମପୁର ଭିଜିଲାନ୍ସର ଗୋଟିଏ 10 ଜଣିଆ ଟିମ ଦୁଇଟି ଭାଗରେ ବିଭକ୍ତ ହୋଇ ମିଳିତ ଚଢ଼ାଉ କରୁଥିବା ଜଣା ପଡ଼ିଛି । ଚଢାଉରେ 6 ଜଣ DSP, 3 ଜଣ ଇନସପେକ୍ଟର, 7 ଜଣ ASI ସାମିଲ ହୋଇଛନ୍ତି ।
ବଲାଙ୍ଗିର: ବାହାର ରାଜ୍ୟ ହାଇଦ୍ରାବାଦକୁ ଚାଲାଣ ବେଳେ ୮ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ । ଉଦ୍ଧାର ଶ୍ରମିକ ମାନେ ହେଉଛନ୍ତି ନୂଆପଡା ଜିଲ୍ଲା ସିନାପାଲି ଓ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳ ର ବୋଲି ଜଣାପଡିଛି ।
ଏକ ଟାଟା ମ୍ୟାଜିକ ଗାଡିରେ ୨ ଦଲାଲ ଚନ୍ଦ୍ରିକା ମାଝୀ ଓ ଯଦୁମଣି ଚଳାନ କଣ୍ଟାବାଞ୍ଜି ଷ୍ଟେସନକୁ ନେଇ ଯାଉଥିବା ବେଳେ ବଙ୍ଗୋମୁଣ୍ଡା ରୁ ଏକ ଛକ ରୁ ଉଦ୍ଧାର କରିଥିଲା । ଏ ନେଇ ବଙ୍ଗୋମୁଣ୍ଡା ଥାନା ରେ ଏକ ମାମଲା ରୁଜୁ କରି ୨ ଦଲାଲ ଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ବଙ୍ଗୋମୁଣ୍ଡା ପୋଲିସ । ତେବେ ଦିନ କୁ ଦିନ ବଙ୍ଗୋମୁଣ୍ଡା ଅଞ୍ଚଳ ରେ ଦାଦନ ଚାଲାଣ ର ବୃଦ୍ଧି ପାଉଛି । ରାଜ୍ୟ ସରକାର ଲୋକ ଙ୍କୁ କାମ ଯୋଗାଇ ରେ ବିଫଳ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ବନ ବିଭାଗ ରେଞ୍ଜର୍ ଜଗବନ୍ଧୁ ପାଢୀ। ବାସଭବନରେ କଟକ, ବ୍ରହ୍ମପୁର ଭିଜିଲାନ୍ସର ମିଳିତ ଚଢ଼ାଉ । ଅବସର ପ୍ରାପ୍ତ ବନ ବିଭାଗ ରେଞ୍ଜର ଜଗବନ୍ଧୁ ପାଢ଼ୀଙ୍କ ବାସଭବନରେ କଟକ, ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ। ସୁନାମସାହି ଓ ଆସିକା ବସଷ୍ଟାଣ୍ଡରେ ଭିଜିଲାନ୍ସର ଦୁଇଟି ଟିମର ଚଢ଼ାଉ ।
ସାହିର ଜଗବନ୍ଧୁ ପାଢ଼ୀ ଘରେ ଚଢ଼ାଉ ହେଉଥିବା ସୂଚନା। ଜଗବନ୍ଧୁ ଜଣେ ରିଟାର୍ଡ ରେଞ୍ଜର ହୋଇଥିବା ବେଳେ କଟକ ଓ ବ୍ରହ୍ମପୁର ଭିଜିଲାନ୍ସର ଗୋଟିଏ 10 ଜଣିଆ ଟିମ ଦୁଇଟି ଭାଗରେ ବିଭକ୍ତ ହୋଇ ମିଳିତ ଚଢ଼ାଉ କରୁଥିବା ଜଣା ପଡ଼ିଛି। ହେଲେ ଚଢ଼ାଉ ର ପ୍ରକୃତ କାରଣ ଜଣା ପଡ଼ିନଥିବା ବେଳେ ଆୟ ବହିର୍ଭୁତ ସମ୍ପତି ଅଭିଯୋଗ ରେ ପୂର୍ବରୁ ଜଗବନ୍ଧୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର