ଦିନ ଥିଲା ମୁଖତାର ଅନସାରୀ କୌଣସି ଆଇନ କାନୁନକୁ ମାନୁ ନ ଥିଲା ଓ ଅପରାଧ କରିବାରେ ବ୍ୟସ୍ତ ଥିଲା । ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ସମର୍ଥନ ଥିବା କାରଣରୁ ପୋଲିସ ଓ ପ୍ରଶାସନ ମଧ୍ୟ ଅନସାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ତା ଆଗରେ ସେମାନେ ନତ୍ତମସ୍ତକ ଥିଲେ । ହେଲେ 2017 ମସିହା ପରେ ଉତ୍ତର ପ୍ରଦେଶରେ ସ୍ଥିତି ସମ୍ପୂର୍ଣ୍ଣ ବଦଳିଛି । ଯୋଗୀ ଶାସନ ଆସିବା ପରେ ମାଫିଆ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉଛି ।
ଅତିକ ଓ ତାର ଭାଇଙ୍କ ହତ୍ୟା ପରେ ଅନସାରୀ ମଧ୍ୟ ଥର ହର ହେଉଥିବା ଦେଖିବାକୁ ମିଳିଛି । ସେ କୋର୍ଟରେ ହାଜର ହେବାକୁ ମନା କରି ଦେଇଛି । କୋର୍ଟରେ ହାଜର ହେଲେ ତାର ଜୀବନ ଚାଲି ଯାଇ ପାରେ ବୋଲି ସେ କହିଛି ।
ମୁଖତାର ଅନସାରୀ ବିରୁଦ୍ଧରେ ସିବିଆଇ କୋର୍ଟରେ ମନି ଲଣ୍ଜ୍ରିଂ ର ମାମଲା ଚାଲିଛି । ଏହି ମାମଲାରେ ଲକ୍ଷ୍ନୌ ସ୍ଥିତ ସିବିଆଇ କୋର୍ଟରେ ତାକୁ ହାଜର ହେବାର ଥିଲା । ତେଣୁ ଏହାକୁ ନେଇ କୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଥିଲା । ହେଲେ ଅନସାରୀ କୋର୍ଟରେ ହାଜର ହେବାକୁ ମନା କରି ଦେଇଥିଲା । ସେ କହିଥିଲା ଯେ କୋର୍ଟକୁ ଗଲେ ତାକୁ ମଧ୍ୟ ଅତୀକର ଅବସ୍ଥା ଭୋଗିବାକୁ ପଡି ପାରେ। ତେଣୁ ଏପରି କହି ସେ କୋର୍ଟରେ ହାଜର ହୋଇ ନ ଥିଲା । ସେ ଜେଲରେ ସୁରକ୍ଷିତ ଅଛି ବୋଲି କହିଥିଲା ।
ବର୍ତ୍ତମାନ ମୁଖତାର ଅନସାରୀ ଉତ୍ତର ପ୍ରଦେଶର ବାନ୍ଦ୍ରା ଜେଲରେ ଅଛି । ଅତିକ ହତ୍ୟାକାଣ୍ଡ ପରେ ଏହି ଜେଲର ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରି ଦିଆଯାଇଛି । ଏଠାରେ ସିସିଟିଭି ଜରିଆରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖା ଯାଉଥିବା ବେଳେ ପିଏସିର ଜବାନ ମାନଙ୍କୁ ମଧ୍ୟ ଅଧିକ ସଂଖ୍ୟାରେ ନିୟୋଜିତ କରାଯାଇଛି ।
ଉତ୍ତର ପ୍ରଦେଶର ପୂର୍ବ ଅଞ୍ଚଳର ଏହି ମାଫିଆ ଜଣଙ୍କ ଖୁବ ପ୍ରଭାବଶାଳୀ ବୋଲି ମନେ କରାଯାଏ। ଅନେକ ଦଶନ୍ଧି ଧରି ୟୁପିର ରାଜନୀତିରେ ତାର ଅଖଣ୍ଡ ପ୍ରଭାବ ଥିଲା । ସେ ମଉ ଠାରୁ ଲଗାତାର ପାଞ୍ଚ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ବିଜେପିର ବିଧାୟକ କୃଷ୍ଣାନନ୍ଦ ରାୟଙ୍କ ହତ୍ୟା ମାମଲାରେ ତାର ନାମ ଆସିଥିଲା । ଉତ୍ତର ପ୍ରଦେଶର ବିଭିନ୍ନ ଅଦାଲତରେ ତାର ନାଁରେ ଅନେକ ହତ୍ୟା, ଦଙ୍ଗା କରିବା ଧମକ ଦେଇ ବଟି ଆଦାୟ କରିବା, ସାଧାରଣଲୋକ ଓ ସରକାରଙ୍କ ସମ୍ପତ୍ତି ଉପରେ ଜୋର ଜବରଦସ୍ତି ବନ୍ଧୁକ ଜରିଆରେ କବଜା କରିବା ଭଳି ଅନେକ ସଙ୍ଗୀନ ମାମଲା ମାନ ରହିଛି ।
ସେ ଅନେକ ଦିନ ଧରି ଜେଲରେ ରହିଛି । ତେବେ ବର୍ତମାନ ତାର ଜୀବନକୁ ନେଇ ଖୁବ ଭୟ ଲାଗୁଛି । ତାକୁ ମଧ୍ୟ ବାହାରକୁ ଆସିଲେ ହତ୍ୟା କରାଯାଇ ପାରେ ବୋଲି ସେ ଅନୁମାନ କରୁଛି । ତେଣୁ ସେ ଜେଲରେ ରହିବାକୁ ଶ୍ରେୟସ୍କର ମନେ କରୁଛି ।
ଅଧିକ ପଢ଼ନ୍ତୁ ଭାରତ ଖବର