ନୂଆଦିଲ୍ଲୀ: ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରଭାଣେ ଅସ୍ତ୍ରଶସ୍ତ୍ର, ପାକିସ୍ଥାନ କରୁଥିବା ଅସ୍ତ୍ର ବିରତି ଉଲ୍ଲଙ୍ଘନ ନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ସ୍ପାଇକ୍ ଆଣ୍ଟି ଟ୍ୟାଙ୍କ୍ ମିଶାଇଲ ଫରୱାର୍ଡ଼ ଅଞ୍ଚଳରେ ନିୟୋଜିତ କରାଯିବ । ସେହିପରି ଅସ୍ତ୍ରବିରତି ଉଲ୍ଲଙ୍ଘନ ନେଇ କହିଛନ୍ତି ଯେ, ପାକିସ୍ତାନ ଲଞ୍ଚପ୍ୟାଡ଼୍ ମାଧ୍ୟମରେ ଆତଙ୍କୀଙ୍କୁ ଭାରତ ମଧ୍ୟକୁ ପ୍ରବେଶ କରାଇବାକୁ ଚେଷ୍ଟା ଚଳାଇଛି ।
ସେନାଧ୍ୟକ୍ଷ ନରଭାଣେ ଆଇଇଡି ଆକ୍ରମଣ ନେଇ ମଧ୍ୟ ମତ ରଖିଛନ୍ତି, ସେ କହିଛନ୍ତି ଆତଙ୍କବାଦୀମାନେ ଗ୍ରେନେଡ୍ ଆକ୍ରମଣ ଓ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡ଼ିଭାଇସ୍ ଆକ୍ରମଣ ଭଳି ଆତଙ୍କୀ କାର୍ଯ୍ୟ ଘଟାଉଛନ୍ତି । ତେବେ କାଶ୍ମୀର ଘାଟିରେ ଗତ 6 ମାସ ମଧ୍ୟରେ ଏଭଳି ଆତଙ୍କୀ କାର୍ଯ୍ୟକଳାପ ହ୍ରାସ ପାଇଛି ବୋଲି ସେନାଧ୍ୟକ୍ଷ କହିଛନ୍ତି । ଅସ୍ତ୍ର ବିରତି ଉଲ୍ଲଙ୍ଘନ ନେଇ ସେନାଧ୍ୟକ୍ଷ କହିଛନ୍ତି , ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ବୃଦ୍ଧି ପାଇଛି । ବାରମ୍ବାର ଘାଟିରେ ପାକ୍ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଚାଲିଛି ବୋଲି ସେନାଧ୍ୟକ୍ଷ ନିଜର ପ୍ରତିକ୍ରିୟାରେ କହିଛନ୍ତି ।
