ନିଜର ଶକ୍ତି ବୃଦ୍ଧି କରିବା ଲାଗି ଭାରତୀୟ ସେନା ପାଖା ପାଖି ୩୫୦ ଆର୍ଟିଲେରି ଶିଷ୍ଟମ ଏବଂ ଶୀତଦିନେ କାମ ଦେଉଥିବା ହୋଓ୍ୱିତ୍ଜର୍ ତୋପ ସୀମାରେ ମୁତୟନ କରିଥିଲେ। ତେବେ ଆକ୍ରମଣ କୁ ଅଧିକ ଶକ୍ତିଶାଳି କରିବା ଲାଗି ସେନା ବିଭିନ୍ନ ପ୍ରକାର ଡ୍ରୋନ ଓ ସର୍ଭେଲାନ୍ସ ଡିଭାଇସ୍ ସାମିଲ ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଦେଶକୁ ୮୦ ମିନି ରିମୋଟ୍ଲି ପାଇଲଟେଡ୍ ଏୟାରକ୍ରାପ୍ଟ ସିଷ୍ଟମ୍ସ, ୧୦ ରନଓ୍ୱେ-ଇଣ୍ଡିପେଣ୍ଡେଣ୍ଟ ଆର୍ପିଏଏସ୍ , ୪୪ ଉନ୍ନତମାନର ଦୀର୍ଘ ରେଞ୍ଜ୍ ର ସର୍ଭେଲାନ୍ସ ସିଷ୍ଟମ ଏବଂ ୧୦୬ ଟି ଇନର୍ସିଆଲ ନେଭିଗେସନ ସିଷ୍ଟମ କ୍ରୟ ପାଇଁ ଇଓଆଇ ଆହ୍ୱାନ କିଛିଦିନ ମଧ୍ୟରେ କରାଯିବ।
ସେନାର ଏଭିଏସନ୍ ଶାଖା ପକ୍ଷରୁ ଷ୍ଟ୍ରାଟେଜିକ୍ ସର୍ଭେଲାନ୍ସ ପାଇଁ ବର୍ତ୍ତମାନ ବଡ ଆକରରେ ୟୁଏଭି ଯଥା ଇସ୍ରାଏଲ ଦ୍ୱାରା ନିର୍ମିତ ହେରନ୍ସ ଏବଂ ସର୍ଚ୍ଚର-୨ ଆଦିର ବ୍ୟବହାର କରାଯାଉଛି। ତେବେ ନୂଆ କ୍ଷୁଦ୍ର ଆର୍ପିଏଏସ୍ଗୁଡିକ ୧୫-୨୦ କିମିରୁ ୬୦-୯୦ କିମି ପର୍ଯ୍ୟନ୍ତ ରେଞ୍ଜ୍ ରେ କାର୍ଯ୍ୟ କରିବ। ପାହାଡ ଉପରେ ନିରିକ୍ଷଣ ପାଇଁ ପଦାତିକ ବାହିନୀ ଦ୍ୱାରା ଏଭଳି ଯାନର ଆବଶ୍ୟକତା ରହିଛି। ଯଦି ଏଗୁଡିକ ଠିକ୍ ଭାବେ କାର୍ଯ୍ୟ କରେ ତାହାହେଲେ ଆଗାମୀ ଦିନରେ ବହୁଳ ସଂଖ୍ୟାରେ ଏହାକୁ କ୍ରୟ କରାଯିବ ।
ସେହି ପରି ପୂର୍ବ ଲଦାଖରେ ସୁଦୃଢ ହୋଇଛି ଭିତ୍ତିଭୂମି। ଗତ ଦୁଇ ବର୍ଷ ମଧ୍ୟରେ ଭିତ୍ତିଭୁମିକୁ ସୁଦୃଢ କରାଯାଇଛି । ସେନା ମୁଖ୍ୟ ମନୋଜ ପାଣ୍ଡେଙ୍କ କହିବାନୁସାରେ ୩୫୦୦୦ ଯବାନଙ୍କ ରହିବା ପାଇଁ ଘର ସହିତ ୪୫୦ ଟ୍ୟାଙ୍କ ଓ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଗାଡି ରଖିବା ପାଇଁ ଗ୍ୟାରେଜ୍ ନିର୍ମାଣ ହୋଇଛି। ତେବେ ସେନାର ଏହି ଅତ୍ୟାଧୁନିକ ଡ୍ରୋନ୍ ଶତ୍ରୁଙ୍କ ଉପରେ କଡା ନଜର ରଖିବା ସହ ସଚେତନ କରାଇବାର କାର୍ଯ୍ୟ କରିବ।
ଭାରତ ଖବର ଆହୁରି ପଢ଼ନ୍ତୁ ।