ଓଡିଶାରେ ତାଙ୍କ ସହିତ ଯେଉଁମାନେ ସବୁ ସିନେମା କରିଥିଲେ ସେହି କଳାକାରଙ୍କ ମଧ୍ୟରେ ଭୟ ସଞ୍ଜାର ହୋଇଛି। କାଳେ ଅର୍ପିତାଙ୍କଠାରୁ କୌଣସି ତଥ୍ୟ ପାଇ ଇଡି ଓଡିଶାରେ ପହଞ୍ଚିବ। ସେଥିରେ ସମ୍ପୃକ୍ତ ଥିବା ସିନେମା ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରଙ୍କୁ ଜେରା କରିବ। ଖାଲି ସେତିକି ନୁହେଁ କିଛି ପ୍ରଯୋଜକ ଏବଂ ନିର୍ଦ୍ଦେଶକ ତାଙ୍କ ସହିତ ଯୋଗାଯୋଗରେ ଥିବା ସହ ମଝିରେ ମଝିରେ ବିଭିନ୍ନ କାର୍ଯ୍ୟକ୍ରମକୁ ଆସିବା ଲାଗି ତାଙ୍କୁ ନିମନ୍ତ୍ରଣ କରୁଥିଲେ। ନୂଆ ସିନେମା ନେଇ ବି କିଛି ଆଲୋଚନା କରିଥିବା ଶୁଣିବାକୁ ମିଳୁଛି। କିନ୍ତୁ ପ୍ରକୃତରେ ଏହା ପଛରେ କେତେ ବାସ୍ତବତା ରହିଛି ତାହା ତଦନ୍ତ ପରିସରଭୁକ୍ତ ହେଲେ ସବୁ ସତ ପଦାକୁ ଆସିବ ବୋଲି କିଛି କଳା ସମୀକ୍ଷକ କହିଛନ୍ତି।
ସିନେ ଦୁନିଆରେ ଅର୍ପିତା ମୁଖାର୍ଜୀ ଜଣେ ଭଲ ଅଭିନେତ୍ରୀ। ବଙ୍ଗଳା ଏବଂ ଓଡିଆ ସିନେମାରେ ତାଙ୍କର ନାଁ ରହିଛି। ଯଦି ଓଡିଶାରେ ଅର୍ପିତାଙ୍କ ସମ୍ପର୍କରେ ତଦନ୍ତ ହୁଏ ଏବଂ କୌଣସି ଲିଙ୍କ ବାହାରେ ତେବେ କିଛି କଳାକାର ଅଡୁଆରେ ପହଞ୍ଚିବାର ସମ୍ଭାବନା ଦେଖାଦେଇଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।