ସେହିପରି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ କହିଛନ୍ତି, ଇଦ-ଉଲ୍-ଜୁହା ହେଉଛି ଭଗବାନଙ୍କ ପ୍ରତି ଅବିସ୍ମରଣୀୟ ଭକ୍ତି ଏବଂ ସର୍ବ ଶକ୍ତିମାନ୍ ଙ୍କ ସୃଷ୍ଟି ପାଇଁ ଥିବା ଅସୀମ ଦୟା ଏବଂ ପ୍ରେମ। ସେ କହିଛନ୍ତି, ଏହି ଉତ୍ସବ ଆମକୁ ସମବେଦନା, ବଳିଦାନ ଅଭ୍ୟାସ କରିବା ସହ ଭାଇଚାରାକୁ ପ୍ରୋତ୍ସାହିତ କରିବାକୁ ପ୍ରେରଣା ଯୋଗାଏ ।
ବଳିଦାନ ପର୍ବ, ଇଦ୍-ଉଲ୍-ଜୁହା ବା ବକ୍ରି ଇଦ ଆଜି ସାରା ଦେଶରେ ଧାର୍ମିକ ଉତ୍ସାହ ଏବଂ ସମ୍ମାନର ସହ ପାଳନ କରାଯାଉଛି। କରୋନାଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ଅଧିକାଂଶ ସ୍ଥାନରେ ଜନସମାଗମ ପ୍ରାର୍ଥନା ହେଉ ନାହିଁ। ଇଶ୍ବରଙ୍କ ଆଦେଶ ପାଳନ କରି ଏକମାତ୍ର ପୁତ୍ରକୁ ବଳିଦାନ ଦେବାକୁ ଇବ୍ରାହିମଙ୍କ ଇଚ୍ଛାକୁ ସ୍ମରଣ କରିବା ପାଇଁ ଇଦ୍-ଉଲ୍-ଜୁହା ପାଳନ କରାଯାଏ। ଗତକାଲି କେରଳରେ ଇଦ୍-ଉଲ-ଜୁହା ପାଳନ କରାଯାଇଥିଲା।