ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ବୁଧବାର ଏକ ଭିଡିଓ ଜାରି କରିଛନ୍ତି। ସେ କହିଛନ୍ତି ଯେ, ଅଗଷ୍ଟ 5ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରର ଭୂମି ପୂଜା କରିଥିଲେ। ଏବେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି। କୋଟି କୋଟି ଭକ୍ତ ମନ୍ଦିର ନିର୍ମାଣରେ ଯୋଗଦାନ ଦେବାକୁ ଚାହୁଁଛନ୍ତି। ଫଳରେ ଟ୍ରଷ୍ଟ ପକ୍ଷରୁ ସମସ୍ତ ସୂଚନା ପ୍ରଦାନ କରାଯାଇଛି।
ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ଟ୍ଵିଟ କରି କୁହାଯାଇଛି ଯେ, ଜୟ ଶ୍ରୀରାମ। ପ୍ରଭୁ ଶ୍ରୀରାମଙ୍କ ପାବନ ଜନ୍ମଭୂମିରେ ଭବ୍ୟ ଏବଂ ଦିବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଭୂମି ପୂଜା ପରେ ଆରମ୍ଭ ହୋଇଯାଇଛି। ମନ୍ଦିର ନିର୍ମାଣ ପାଇଁ ଯଥା ସମ୍ଭବ ସହାୟତା ଏବଂ ଦାନ ଦେବା ପାଇଁ ଟ୍ରଷ୍ଟ ପକ୍ଷରୁ ଭକ୍ତମାନଙ୍କୁ ଅପିଲ କରାଯାଉଛି।
ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଟ୍ରଷ୍ଟ ସୃଷ୍ଟି କରାଯାଇଥିଲା, ଯେଉଁଥିରେ ରାମ ମନ୍ଦିରର କାର୍ଯ୍ୟ ସହ ଜଡିତ ଅଧିକାର ରହିବ। ତେବେ ରାମ ମନ୍ଦିରର ମୂଳ ମଡେଲରେ କିଛି ପରିବର୍ତ୍ତନ କରାଯାଇଛି, ଏବେର ମଡେଲରେ ମନ୍ଦିରର ଉଚ୍ଚତା ଅଧିକ ହେବ। ବର୍ତ୍ତମାନ ମନ୍ଦିର 300 ଫୁଟ ଉଚ୍ଚ ହେବ ଏବଂ ତିନି ମହଲା ବିଶିଷ୍ଟ ରହିବ। ଏହା ବ୍ୟତୀତ 3 ଟି ଗମ୍ବୁଜ ବଦଳରେ ନୂତନ ମାନଚିତ୍ରରେ ପାଞ୍ଚଟି ଗମ୍ବୁଜ ରଖାଯାଇଛି। ସମଗ୍ର ମନ୍ଦିରରେ 318 ସ୍ତମ୍ଭ ରହିବ ଏବଂ ପ୍ରତ୍ୟେକ ମହଲାରେ 106 ସ୍ତମ୍ଭ ନିର୍ମାଣ ହେବ।