ସେହିପରି ଦେଶର ଅନେକ ସହର ମାନଙ୍କରେ ବି ସୁନା ମୂଲ୍ୟରେ ସାମାନ୍ୟ ଧରଣର ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି । ସେହିପରି ମୁମ୍ବାଇରେ ୨୪କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୧,୬୬୦ଟଙ୍କା ଓ ୫୦,୬୬୦ଟଙ୍କା ଥିବା ବେଳେ ଦେଶର ରାଜଧାନୀ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୫୨,୦୧୦ ଟଙ୍କା ଓ ୫୦,୮୧୦ ଟଙ୍କା ଥିବା ରେକର୍ଡ ହୋଇଛି ।
ପୁଣି ବଢିଲା ସୁନା ଦର

ଅର୍ଗସ ବ୍ୟୁରୋ: କରୋନା ମହାମାରୀ କାଳରେ ହୁ ହୁ ହୋଇ ବଢୁଛି ସୁନା ଦର । ଭାରତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ଘଟିଥିବା ଜଣାଯାଇଛି । ସୋମବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦରରେ ପାଖାପାଖି ୪୯୦ ଟଙ୍କା ବଢି ୫୧,୧୬୦ ଟଙ୍କାରୁ ୫୧,୬୬୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦,୬୬୦ ଟଙ୍କାରେ ପହଁଚିଥିବା ଜଣାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ଏହାର ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ଯଥାକ୍ରମେ ୫୪,୩୧୦ ଟଙ୍କା ଓ ୪୯,୭୯୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି ।
Download Argus News App
