ନିକଟରେ ଏକ ଚ୍ୟାନେଲ ସହିତ କଥାବାର୍ତ୍ତା କରୁଥିବାବେଳେ ରାଜପୁତ ପରିବାରର ଓକିଲ ବିକାଶ ସିଂ ମୁମ୍ବାଇ ପୋଲିସକୁ ପ୍ରଶ୍ନ ଘେରକୁ ନେଇଆସିଛନ୍ତି। ବିକାଶ କହିଛନ୍ତି ଯେ ରବିବାର (ଜୁଲାଇ 26) ରେ ଏଫ୍ଆଇଆର୍ ସତ୍ତ୍ୱେ ରିୟାଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହା ସହିତ ବିକାଶ କହିଛନ୍ତି ଯେ ମୁମ୍ବାଇ ପୋଲିସ ଏହି ମାମଲାରେ ଖୁବ୍ ଧୀରେ ଧୀରେ ତଦନ୍ତ କରୁଛି ଏବଂ ସେହିପରି ମାମଲା ଅନୁଯାୟୀ ତାଙ୍କ ତଦନ୍ତର ଧାରା ଠିକ୍ ହେଉନାହିଁ ।
ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ବିକାଶ ସିଂ ଏହା ମଧ୍ୟ କହିଛନ୍ତି ଯେ ମୁମ୍ବାଇ ପୋଲିସ ସୁଶାନ୍ତ ସିଂ ରାଜପୁତଙ୍କ ପରିବାର ଉପରେ ଚାପ ପକାଉଛି ଏବଂ ମୁମ୍ବାଇର ପ୍ରଡକ୍ସନ୍ ହାଉସର ବିରୋଧରେ ନାମ ରଖିବାକୁ କହିଛି। ଏହା ସହିତ ମୁମ୍ବାଇ ପୋଲିସ ବଡ଼ ଚଳଚ୍ଚିତ୍ର ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଆଣିବା ପାଇଁ ସୁଶାନ୍ତଙ୍କ ପରିବାର ଉପରେ ଚାପ ପକାଉଛନ୍ତି। ଏପଟେ ଏଫଆଇଆର ରୁଜୁ ହେଲା ପରେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ପୋଲିସ ପାଖରେ ପହଞ୍ଚି ନାହାଁନ୍ତି।
ବିକାଶ କହିଛନ୍ତି ଯେ ଆମେ ଭାବିଥିଲୁ ଯେ, ରିୟା ଚକ୍ରବର୍ତ୍ତୀଙ୍କୁ ଏଫଆଇଆର ପରେ ତୁରନ୍ତ ଗିରଫ କରାଯିବ, କିନ୍ତୁ ତାହା ହୋଇ ନଥିଲା। ତଥାପି, ଆମେ ଆଶା କରୁଛୁ ମୁମ୍ବାଇ ପୋଲିସ ଶୀଘ୍ର ଗିରଫ କରିବ। ଏହି ସମଗ୍ର ମାମଲାରେ ବିନୟ ତିୱାରୀ (ଏସପି ସିଟି, ପାଟନା) କହିଛନ୍ତି ଯେ ବିହାର ପୋଲିସ ଟିମ୍ ମଧ୍ୟ ମୁମ୍ବାଇରେ ପହଞ୍ଚି ତଦନ୍ତ କରୁଛି। ମୁମ୍ବାଇ ପୋଲିସକୁ ସାହାଯ୍ୟ କରିବା ପ୍ରଶ୍ନରେ ବିନୟ ତିୱାରୀ କହିଛନ୍ତି ଯେ ଏହାର ପ୍ରକ୍ରିୟା ଅଛି ଏବଂ ସେହି ଅନୁଯାୟୀ କାର୍ଯ୍ୟ କରାଯାଉଛି।
ଏଠି କହିରଖୁଛୁ ଯେ ନିକଟରେ ସୁଶାନ୍ତଙ୍କ ପିତା କେ.କେ ସିଂ ଏଫ୍ଆଇଆର୍ ଦାଖଲ କରି ରିୟା ଏବଂ ତାଙ୍କ ପରିବାର ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ସୁଶାନ୍ତଙ୍କ ପିତା କହିଛନ୍ତି ଯେ ରିୟା କେବଳ ପୁଅର ମାନସିକ ଅବସ୍ଥାକୁ ଖରାପ କରିଦେଇଥିଲେ ତାହା ନୁହେଁ ସେ ମୋ ପୁଅକୁ ଓଭରଡୋଜ୍ ମେଡିସିନ୍ ଦେଇଥିଲେ। ଏହା ସହ କେ.କେ ସିଂ କହିଛନ୍ତି ଯେ ସୁଶାନ୍ତଙ୍କ ଆକାଉଣ୍ଟରୁ ବିଭିନ୍ନ ଆକାଉଣ୍ଟକୁ 15 କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି।
କେ କେ ସିଂହ ଆହୁରି ମଧ୍ୟ ଏଫଆଇଆରରେ ଦର୍ଶାଇଛନ୍ତି, ସୁଶାନ୍ତଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ରିୟା ସେଠାରୁ ଚାଲିଯାଇଥିଲେ ଆଉ ଯିବା ସମୟରେ ସେ କ୍ୟାସ୍, ଲ୍ୟାପଟପ୍, ସୁଶାନ୍ତଙ୍କ ବ୍ୟାଙ୍କ କାର୍ଡ୍ସ ଏବଂ ପିନ୍, ସୁଶାନ୍ତଙ୍କ ମେଡିକାଲ ରିପୋର୍ଟ ମଧ୍ୟ ନିଜ ସାଙ୍ଗରେ ନେଇଯାଇଥିଲେ। କେ.କେ ସିଂ ଅଭିଯୋଗ କରିଛନ୍ତି ଯେ ରିୟା ଏବଂ ତାଙ୍କ ପରିବାର ସୁଶାନ୍ତଙ୍କ ବିରୋଧରେ ଜାଲ ପକାଇଥିଲେ ଏବଂ ସେହି କାରଣରୁ ସୁଶାନ୍ତ ଆଜି ଏହି ଦୁନିଆରେ ନାହାଁନ୍ତ`