ଏଥି ସହିତ ବିମାନ ଅବତରଣ କରିବା ପୂର୍ବରୁ ଅମ୍ବାଲା ବାୟୁସେନା ଷ୍ଟେସନ ଚାରିପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାୟୁସେନା ଚାରିପାଖରେ ଧାରା 144 ଲାଗୁ କରାଯାଇଛି। ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି। ଏହି ଅଞ୍ଚଳରେ 4 ରୁ ଅଧିକ ଲୋକଙ୍କ ସମାବେଶ ନିଷେଧ । ତେବେ ବୁଧବାର ଦିନ ଅପରାହ୍ନ 2 ଟା ସମୟରେ ଅମ୍ବାଲାରେ ରାଫେଲ ବିମାନ ପହଞ୍ଚିବାର ଆଶା କରାଯାଉଛି । କିନ୍ତୁ ପାଣିପାଗ ଯୋଗୁଁ ଏଥିରେ କିଛି ପରିବର୍ତ୍ତନ ହୋଇପାରେ । ପ୍ରତ୍ୟେକ ପାଣିପାଗ ପରିସ୍ଥିତିର ମୁକାବିଲା ପାଇଁ ବାୟୁସେନା ପ୍ରସ୍ତୁତି ଚଳାଇଛି। କେବଳ ଏତିକି ନୁହେଁ, ବାୟୁସେନା ମଧ୍ୟ ଅଡୁଆ ପରିସ୍ଥିତି ପାଇଁ ବ୍ୟାକଅପ୍ ଯୋଜନା ପ୍ରସ୍ତୁତ କରିଛି।
ସୂଚନାନୁସାରେ, ଯଦି ଅମ୍ବାଲାରେ ପାଣିପାଗ ସମସ୍ୟା ଉପୁଜେ, ତେବେ ରାଫେଲ ବିମାନ ଅମ୍ବାଲା ଏୟାରବେସ୍ ପରିବର୍ତ୍ତେ ଯୋଧପୁର ଏୟାରବେସରେ ଅବତରଣ କରିବ। ଏଥିପାଇଁ ଯୋଧପୁର ଏୟାରବେସ୍ ବ୍ୟାକଅପ୍ ବେସ୍ ଭାବରେ ପ୍ରସ୍ତୁତ କରାଯାଇଛି । ଅମ୍ବାଲା ଡିଏସପି (ଟ୍ରାଫିକ) ମୁନିଶ ସେହଗାଲ କହିଛନ୍ତି ଯେ ରାଫେଲ ବିମାନ ଅବତରଣକୁ ଦୃଷ୍ଟିରେ ରଖି ପ୍ରଶାସନ ଅଧିକ ସତର୍କ ରହିଛି। ଅମ୍ବାଲା ନିକଟସ୍ଥ 4 ଟି ଗାଁରେ ଧାରା 144 କାର୍ଯ୍ୟକାରୀ କରାଯାଇଛି । ସେ କହିଛନ୍ତି ଯେ ଲୋକଙ୍କ ସମାବେଶ ନିଷେଧ। ବିମାନ ଅବତରଣ ସମୟରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ଉପରେ ମଧ୍ୟ ନିଷେଧାଦେଶ ରହିଛି।
ଅନ୍ୟପକ୍ଷରେ, ରାଫେଲଙ୍କ ଆଗମନ ଅନୁଯାୟୀ ଅମ୍ବାଲା ଏୟାରବେସ୍ ପ୍ରସ୍ତୁତ କରାଯାଇଛି। ଅମ୍ବାଲା ଏୟାରବେସର 3 କିଲୋମିଟର ବ୍ୟାସାର୍ଦ୍ଧକୁ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ଏୟାରବେସର 3 କିମି ବ୍ୟାସାର୍ଦ୍ଧ ମଧ୍ୟରେ ଡ୍ରୋନ୍ କିମ୍ବା ଅନ୍ୟ କୌଣସି ବିମାନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି । ତେବେ ରାଫେଲ ଯୁଦ୍ଧ ବିମାନର ଆଗମନ ସହିତ ଭାରତୀୟ ବାୟୁସେନାର ଶକ୍ତି ବହୁଗୁଣିତ ହେବ ବୋଲି ଏୟାର ଚିଫ୍ ମାର୍ଶଲ ଆର.କେ.ଏସ୍ ଭଦୋରିଆ ।