ସିବିଆଇର ଲିଖିତ ଦଲିଲ
ତେବେ ଏହି ମାମଲାରେ କେନ୍ଦ୍ର ସିବିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ଲିଖିତ ଜବାବ ଦାଖଲ କରିଛି। ସିବିଆଇ ଏଥିରେ କହିଛି ଯେ, ସୁଶାନ୍ତ ସିଂଙ୍କ ମାମଲା ସିବିଆଇ ଏବଂ ଇଡିକୁ ଯାଂଚ୍ ଜାରି ରଖିବାକୁ ଦିଆଯାଉ।
ବିହାର ସରକାରଙ୍କ ଲିଖିତ ଦଲିଲ
ବିହାର ସରକାର ସୁପ୍ରିମକୋର୍ଟରେ ଲିଖିତ ଯୁକ୍ତି ଉପସ୍ଥାପନ କରିଛନ୍ତି। ବିହାର ସରକାର କହିଛନ୍ତି ଯେ, ସେମାନେ କେବଳ ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜୀକୃତ କରିଛନ୍ତି ଏବଂ ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି। ତେଣୁ ରିୟାଙ୍କ ସ୍ଥାନାନ୍ତର ଆବେଦନ ଶୂନ୍ୟ ଅଟେ। ରାଜନୈତିକ ଚାପରେ ମୁମ୍ବାଇ ପୋଲିସ ଏଫଆଇଆର ପଞ୍ଜିକରଣ କରୁନାହିଁ। ଏହି ଘଟଣାରେ ମୁମ୍ବାଇ ପୋଲିସ ବିହାର ପୋଲିସ ସହ ସହଯୋଗ କରିନାହିଁ।
ରିୟାଙ୍କ ଲଖିତ ଦଲିଲ
ରିୟାଙ୍କ ଓକିଲ ସୁପ୍ରିମକୋର୍ଟରେ ଏକ ଲିଖିତ ଦଲିଲ ଦାଖଲ କରିଛନ୍ତି। ସେ କହିଛନ୍ତି ଯେ, ବିହାର ସରକାରଙ୍କ ଦ୍ୱାରା ପଂଜୀକୃତ ହୋଇଥିବା ଏଫଆଇଆର ବେଆଇନ ଅଟେ। ବିନା ଅଧିକାରରେ ବିହାର ସରକାର ସିବିଆଇକୁ ଏଫଆଇଆର ସ୍ଥାନାନ୍ତର କରିଥିଲେ। ଏହି ମାମଲାରେ ତାଙ୍କ ନିକଟରେ କୌଣସି ପ୍ରମାଣ ନାହିଁ। ସୁଶାନ୍ତ ସିଂଙ୍କ ପିତା କେ.କେ ସିଂଙ୍କ ଅଭିଯୋଗ ଭିତ୍ତିହୀନ। ଏହି ମାମଲାରେ ବିହାର ପୋଲିସ ଯଥା ସମ୍ଭବ ଏଫଆଇଆର ଦାଖଲ କରିପାରିଥାନ୍ତା। ତାଙ୍କର ସ୍ଥାନାନ୍ତର ଆବେଦନ ଶୁଣାଣି ଯୋଗ୍ୟ।
- ରିୟା କହିଛନ୍ତି ଯେ ଯଦି ମାମଲା ସିବିଆଇକୁ ହସ୍ତାନ୍ତର ହୁଏ, ତେବେ ସେମାନଙ୍କର କୌଣସି ଆପତ୍ତି ନାହିଁ। ଯଦି ସୁପ୍ରିମକୋର୍ଟ ତାଙ୍କ କ୍ଷମତାକୁ ବ୍ୟବହାର କରି ସିବିଆଇକୁ ହସ୍ତାନ୍ତର କରନ୍ତି, ତେବେ ତାଙ୍କର ଏଥିରେ ଆପତ୍ତି ନାହିଁ।
ସୁଶାନ୍ତଙ୍କ ଘର କର୍ମଚାରୀଙ୍କୁ ସମନ ପଠାଇଲା ଇଡି
ସୁଶାନ୍ତ ସିଂ ରାଜପୁତଙ୍କ ଘରେ କାମ କରୁଥିବା କର୍ମଚାରୀ ଏବଂ କିଛି ପୁରୁଣା କର୍ମଚାରୀଙ୍କୁ ପଚରାଉଚରା ପାଇଁ ଇଡି ସମନ ପଠାଇଛି। ସୁଶାନ୍ତ ସେମାନଙ୍କୁ କିଭଳି ଦରମା ଦେଉଥିଲେ ସେନେଇ ଇଡି ପଚରାଉଚୁରା କରିବ। ଇଡି ମଧ୍ୟ ସୁଶାନ୍ତଙ୍କ ମାସିକ ଖର୍ଚ୍ଚ ବିଷୟରେ ପଚାରିବ।